କାର୍ଯ୍ୟାନୁଷ୍ଠାନକୁ ବରିଷ୍ଠଙ୍କ ନାପସନ୍ଦ

ଭୁବନେଶ୍ୱର : ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ବିଜେଡିର ଦଳୀୟ କନ୍ଦଳ । ମନ ଭିତରେ ଥିବା ପୁଞ୍ଜିଭୂତ ଅସନ୍ତୋଷକୁ ନେଇ ନେତାମାନେ ବେଳେ ବେଳେ ଦେଉଛନ୍ତି ବିସ୍ଫୋରକ ବୟାନ । ତେବେ ସେମାନଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନକୁ ନେଇ ମୁହଁ ଖୋଲିଛନ୍ତି ଆଉଜଣେ ବରିଷ୍ଠ ନେତା । ଗତକାଲି କାମାକ୍ଷାନଗରର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ସସ୍ପେଣ୍ଡ କରାଯାଇଛି । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଉପ-ସଭାପତି ପ୍ରତାପ ଜେନା ଏକ ପ୍ରେସ ରିଲିଜ ଜାରି କରିଥିଲେ । ତେବେ ଏହାକୁ ନାପସନ୍ଦ କରିଛନ୍ତି ବରିଷ୍ଠ ନେତା ପଦ୍ମନାଭ ବେହେରା । ସେ କହିଛନ୍ତି ‘ପ୍ରଫୁଲ୍ଲ ମିଡିଆରେ କିଛି ମନ୍ତବ୍ୟ ଦେଇଥିବାରୁ ନିଲମ୍ବିତ ହୋଇଛନ୍ତି । ଏଭଳି କାର୍ଯ୍ୟାନୁଷ୍ଠାନ ଠିକ୍ ନୁହେଁ । ମୁଁ ବିଲକୁଲ୍ ବି ଏ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହିଁ ।’ଯିଏ ବି ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ବୁଝାସୁଝା କରିବା କଥା । ଯେଉଁ ମାନଙ୍କର ଆଶା ଥିଲା ତାହା ପୁରଣ ନହେବାରୁ ଦଳ ବିରୋଧରେ କହୁଛନ୍ତି । କିନ୍ତୁ ତାହା ବାହାରେ ପ୍ରକାଶ ନକରି ନିଜ ଭିତରେ ବସି ଆଲୋଚନା କରାଯାଇ ପାରିବ । ସରକାରରେ ରହି ଦଳ ଚଳାଇବା ଓ ବିରୋଧୀରେ ବସି ଦଳ ଚଳାଇବା ଭିତରେ ଫରକ ଅଛି । ମୁଁ ଶଙ୍ଖ ଭବନ ଯାଇଥିଲି, ନେତୃତ୍ୱମାନଙ୍କ ସହ ଆଲୋଚନା କରିଛି । ସଭାପତିଙ୍କ ସହ ଆଲୋଚନା କରି ପାରିନି । ଦିଲ୍ଲୀରୁ ଆସିଲେ ସଭାପତିଙ୍କୁ ଭେଟି ଆଲୋଚନା କରିବି ।

ସୂଚନାନୁସାରେ,ଗୁରୁବାର ଗଣମାଧ୍ୟମକୁ ବଡ଼ ବୟାନ ଦେଇଥିଲେ ପ୍ରଫୁଲ୍ଲ ମଲ୍ଲିକ । ସେ କହିଥିଲେ ଆଗକୁ ଦଳ ଯଦି ଠିକ ଢଙ୍ଗରେ ନ ଚାଲିବ ତା’ହେଲେ ଦଳ ଠାରୁ ଦୂରେଇଯିବି। ଦଳ ଆଉ ପୂର୍ବ ବିଚାରଧାରାରେ ନାହିଁ । ଏବେ ନୂଆ ବିଜେଡି ଗଠନର ସମୟ ନୁହେଁ। ପୁରୁଣା ବିଜେଡିକୁ ଠିକ୍‌ ଭାବେ ଚଳାଇବାକୁ ପଡ଼ିବ। ଆଉ ଏହି ମନ୍ତବ୍ୟ ପରେ ତାଙ୍କୁ ଆଜି ଦଳରୁ ବିଦା କରାଯାଇଛି ।

Launching Ceremony of “AYUSHMAN BHARAT

Comments are closed.