ଗିରଫ ହେଲେ କଟକ ସିଡିଏମଓର ସିନିଅର ଆସିଷ୍ଟାଣ୍ଟ

0

କଟକ : କୋଟିପତି ସିନିୟର ଆସିଷ୍ଟାଣ୍ଟ ଗିରଫ । ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଗତକାଲି କଟକ ସିଡିଏମଓର ସିନିଅର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଆଜି ତାଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ ଜଜ କୋର୍ଟକୁ ଚାଲାଣ କରାଯିବ । ଭିଜିଲାନ୍ସ ଚଢ଼ାଉବେଳେ ତାଙ୍କର ଦୁଇଟି ବିଲ୍ଡିଂ ଏବଂ ୧୯ଟି ମୂଲ୍ୟବାନ ପ୍ଲଟ ସହ ୧୩୫ ଗ୍ରାମ ସୁନା ଠାବ ହୋଇଥିଲା । କଟକ ବାସ ଭବନ,ଅଫିସ,କୁକୁଡ଼ା ଫାର୍ମ ସମେତ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ଭିଜିଲାନ୍ସ ଚଢ଼ାଉ ବେଳେ ଶ୍ରୀ ସାହାଣୀଙ୍କର ଚୌଦ୍ବାରର ପଳାଶିଆରେ ଅଢ଼େଇ ଏକର ଜମିରେ କୁକୁଡ଼ା କଟକ ନୂଆସାହିରେ ୨୫ଶହ ବର୍ଗଫୁଟରେ ଏକ ତିନି ମହଲା କୋଠା ଥିବା ଜଣ ପଡିଥିଲା । ଏହି କୋଠାଘରୁ ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା ଏବଂ ୧୩୫ ଗ୍ରାମ ସୁନା ଜବତ ହୋଇଥିଲା । ଏହାସହ ବିଭିନ୍ନ ବ୍ୟାଙ୍କ ଏବଂ ପୋଷ୍ଟାଲରେ ୫୫ ଲକ୍ଷ ୪୮ ହଜାର ଟଙ୍କା ଥିବା ଜଣା ପଡିଥିଲା । ଏହାବାଦ ବାବୁଙ୍କର ଗୋଟିଏ ଚାରି ଚକିଆ ଓ ୩ଟି ଦୁଇ ଚକିଆ ଯାନ ରହିଛି । ତେବେ ଏତେ ସବୁ ସମ୍ପତି କିପରି କମାଇଲେ ଏନେଇ କିଶୋର ସାହାଣୀ ଭିଜିଲାନସ ଅଧିକାରୀଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

Govt
Leave A Reply

Your email address will not be published.