ଭୁବନେଶ୍ୱର : ଆଇଟି କ୍ଷେତ୍ରରେ ଆଉ ପାଦେ ଆଗେଇବ ଓଡିଶା I ସ୍ଥାପନ ହେବ ସେମିକଣ୍ଡକ୍ଟର ୟୁନିଟ୍ । ଆଇଟି କ୍ଷେତ୍ରରେ ରାଜ୍ୟକୁ ଅଧିକ ସଶକ୍ତ କରିବା ପାଇଁ ସହଭାଗୀ ହେବ ଆମେରିକା । ଏଥିପାଇଁ ଦୁବାଇ, ଜାପାନ ଭଳି ଯୁକ୍ତରାଷ୍ଟ୍ର ଆମେରିକାରୁ ମଧ୍ୟ ପୁଞ୍ଜି ଆଣିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି।। ସେଠାକାର ନିବେଶକ, ଶିଳ୍ପପତିଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଠ କରିବା ଲାଗି ଆସନ୍ତାକାଲି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ସଚିବ ସ୍ତରୀୟ ଏକ ଉଚ୍ଚ ପ୍ରତିନିଧି ଦଳ ଆମେରିକା ଗସ୍ତ କରୁଥିବା ଜଣାପଡ଼ିଛି।
ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ୱରେ ଉନ୍ନୟନ କମିଶନର ଅନୁ ଗର୍ଗ,5T ସଚିବ ଭିକେ ପାଣ୍ଡିଆନ୍, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା,ବୈଦ୍ୟୁତିକ ଓ ଆଇଟି ବିଭାଗ ପ୍ରମୁଖ ସଚିବ ଆମେରିକା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ସେମିକଣ୍ଡକ୍ଟର ନିର୍ମାଣ ପାଇଁ ପୁଞ୍ଜି ନିବେଶ ପ୍ରସ୍ତାବ ଉପସ୍ଥାପନ କରାଯିବ ।
ଶିଳ୍ପାୟନ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ, ଓଡ଼ିଶାରେ ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧି ସର୍ବୋପରି ପୁ୍ଞ୍ଜିନିବେଶ କ୍ଷେତ୍ରରେ ଭରପୂର ସମ୍ଭାବନାକୁ ସେମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ। ସେମିକଣ୍ଟକର ଭଳି ବହୁ ଉପାଦେୟ ଚିପ୍ ପ୍ରସ୍ତୁତ କରିବା ଲାଗି ରାଜ୍ୟ ସରକାର ଚଳିତ ବଜେଟରେ ବ୍ୟୟବରାଦ କରିଛି । ସେହିପରି ରାଜ୍ୟ କ୍ୟାବିନେଟ୍ରେ ଓଡିଶାରେ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ ଚିପ୍ ଉତ୍ପାଦନ ପାଇଁ ନୀତି ପ୍ରବର୍ତ୍ତନ କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛି । ବିଶେଷ କରି ଆଇଟି କ୍ଷେତ୍ରରେ ଓଡିଶା କିପରି ପୂର୍ବ ଭାରତରେ ଏକ ପ୍ରମୁଖ ହବ୍ରେ ପରିଣତ ହେଉଛି, ସେସମ୍ପର୍କରେ ସୂଚନା ପ୍ରଦାନ କରାଯିବ ବୋଲି ଜଣାପଡିଛି ।
ରାଜ୍ୟର ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ଅଗ୍ରସର ହେଉଥିବା ବେଳେ ବିଦେଶୀ ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା । ନିକଟରେ ମୁଖ୍ୟମନ୍ତ୍ରୀ ଦୁବାଇ ଓ ଜାପାନ ଗସ୍ତକ କରି ଓଡିଶାକୁ ପୁଞ୍ଜି ନିବେଶ ପାଇଁ ପଥ ପରଷ୍କାର କରିଥିଲେ । ଏବେ ସରକାରଙ୍କ ଉଚ୍ଚ ପ୍ରତିନଧି ଦଳ ଆମେରିକା ଗସ୍ତ କରିବା ଓଡିଶା ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି କୁହାଯାଉଛି ।
Comments are closed.