କଂସାରିଗୁଡ଼ାରେ ହେବ ଦ୍ୱିତୀୟ ରିଫାଇନାରୀ କାରଖାନା

ଖର୍ଚ୍ଚ ହେବ ୧୧ ହଜାର କୋଟି, ନିଯୁକ୍ତି ପାଇବେ ୪୭୫୦

ରାୟଗଡ଼ା/କାଶୀପୁର : ପୂରଣ ହେବାକୁ ଯାଉଛି ବିସ୍ଥାପିତଙ୍କ ଦୁଇ ଦଶନ୍ଧିର ସ୍ୱପ୍ନ । କଂସାରିଗୁଡ଼ାରେ ହେବ ଦ୍ୱିତୀୟ ରିଫାଇନାରୀ ୟୁନିଟ । ଜନ ଶୁଣାଣିରେ ଅଞ୍ଚଳବାସୀଙ୍କ ପୂର୍ଣ ସମର୍ଥନ ପରେ ଦ୍ୱିତୀୟ ପ୍ରକଳ୍ପ ପାଇଁ ରାସ୍ତା ଖୋଲିଛି । ବିଂଶ ଶତାବ୍ଦୀରେ ପ୍ରଥମ ଥର ପାଇଁ ର୍ନିବିବାଦୀୟ ଭାବେ କମ୍ପାନି ପ୍ରତିଷ୍ଠା ଲାଗି ଜନ ଶୁଣାଣିକୁ ଏପରି ସମର୍ଥନ ମିଳିଛି । କମ୍ପାନି କାର୍ଯ୍ୟକ୍ଷମ ହେଲେ କାଶୀପୁର ବ୍ଲକ ସମେତ ରାୟଗଡ଼ା ଜିଲ୍ଲାର ସାମାଜିକ ଅର୍ଥନୈତିକ ବିକାଶରେ ପରିବର୍ତ୍ତନ ଆସିବ ବୋଲି ମତ ପ୍ରକାଶ ପାଇଛି ।

ହିଣ୍ଡାଲକୋ ପକ୍ଷରୁ କଂସାରିଗୁଡ଼ାରେ ପ୍ରକଳ୍ପ ର୍ନିମାଣ ପାଇଁ ପୋଡପାଡ଼ି ଉତ୍କଳମଣି ଗୋପବନ୍ଧୁ ହାଇସ୍କୁଲରେ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ବିସ୍ଥାପିତ ଜନ ଶୁଣାଣିକୁ ସମର୍ଥନ କରିବା ପରେ ଖଣି ଚୁକ୍ତି ହେବାର ଗୋଟିଏ ମାସ ମଧ୍ୟରେ କାରଖାନା ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହେବ କରାଯିବ ବୋଲି ହିଣ୍ଡାଲ୍‌ କୋର ବରିଷ୍ଠ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ମିଶ୍ର ସୂଚନା ଦେଇଛନ୍ତି । କମ୍ପାନି ର୍ନିମାଣରେ ୧୧ ହଜାର କୋଟି ଟଙ୍କା ପର୍ଯ୍ୟାୟକ୍ରମେ ଖର୍ଚ୍ଚ ହେବ । ର୍ନିମାଣ ସମୟରେ ୮,୧୫୦ ଏବଂ ପରିଚାଳନା ସମୟରେ ୪,୭୫୦ ଜଣଙ୍କୁ ନିଯୁକ୍ତି ମିଳିବ । ଜନ ଶୁଣାଣିରେ ଉପସ୍ଥିତ ସ୍ଥାନୀୟ ଲୋକ, ପ୍ରଭାବିତ ଓ ଜମିହରା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କର ଓ କାରଖାନା କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ସପକ୍ଷରେ ମତ ରଖିଥିଲେ । କେବଳ ଜଣେ ବିରୋଧରେ ମତ ରଖିଥିଲେ । ଶୁଣାଣୀର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଭିଡିଓ ରେକର୍ଡିଂ କରାଯାଇଥିଲା । ଜମିହରା କାରଖାନାକୁ କେବେ ହେଲେ ବିରୋଧ କରିନଥିବା ବେଳେ କାରଖାନା ପ୍ରତିଷ୍ଠା ହେଲେ ଅଞ୍ଚଳର ବିକାଶ ହେବା ସହ ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ରୂପରେଖ ବଦଳିବ ବୋଲି କହିଥିଲେ ।

ପ୍ରଭାବିତ କଂସାରୀଗୁଡା ଓ ପୋଡାପାଡି ଗ୍ରାମ ପଞ୍ଚାୟତ ସମେତ ସମସ୍ତ ପଞ୍ଚାୟତ ମୁଖ୍ୟାଳୟରେ ହାଇସ୍କୁଲ, ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅଞ୍ଚଳର ବିକାଶ ପାଇଁ କାରଖାନା କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ପ୍ରଭାବିତ ପ୍ରସ୍ତାବ ରଖିଥିଲେ । ଲୋକଙ୍କ ସମସ୍ୟାକୁ ଜନଶୁଣାଣିରେ ଗୁରୁତର ସହ ବିଚାର କରି ହିଣ୍ଡାଲକୋ ସମସ୍ତ ପ୍ରକାର କାର୍ଯ୍ୟ ହାତକୁ ନେବ ବୋଲି ହିଣ୍ଡାଲକୋର ବରିଷ୍ଠ ନିର୍ଦେଶକ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ । ପ୍ରକଳ୍ପ ର୍ନିମାଣ ପାଇଁ ମୁଖ୍ୟତଃ କଞ୍ଚାମାଲ୍‌ ଭାବେ ୯.୩ ମିଲିୟନ୍‌ ଟନ୍‌ ବକ୍ସାଇଟ,୨ ଲକ୍ଷ ୪ ହଜାର ଟନ କଷ୍ଟିକ ସୋଡା,୯୦ ହଜାର ଟନ୍‌ ଚୂନ,୧୩୫୦ ଟନ୍‌ ସିନ୍ଥୋଟିକ୍‌ ଫ୍ଲୋକୁଲାଣ୍ଟ ଓ ବାର୍ଷିକ ୨ ଲକ୍ଷ ୧୩ ହଜାର ଟନ୍‌ କୋଇଲାର ଆବଶ୍ୟକତା ପଡୁଥିବା ବେଳେ କୋଡିଙ୍ଗାମାଳି ଖଣି ସହ ଅନ୍ୟ ଖଣିରୁ ବକ୍ସାଇଡ୍‌ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରାଯିବ ବୋଲି କୁହାଯାଇଛି ।

ସେହିପରି ର୍ନିମାଣ ସମୟରେ ପାଣି ପାଇଁ ୧୬ ଦୂର କଣ୍ଟିଗୁଡା ନଦୀରୁ ପାଇପ ଲାଇନ କରି ପାଣି ଅଣାଯିବ । ଜନ ଶୁଣାଣୀ ବେଳେ କାରଖାନା କର୍ତ୍ତୃପକ୍ଷ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ଦୀର୍ଘ ୧୫ ବର୍ଷ ଧରି ଜମି ହରାଇଥିବା ଏକାଧିକ ଲୋକେ ଖୁସିରେ କାନ୍ଦି ପକାଇଥିଲେ । ପ୍ରକାଶ ଥାଉ କି , ୨୦୦୩ ମସିହାରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର କଂସାରୀଗୁଡାରେ ହିଣ୍ଡାଲକୋ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପରିକଳ୍ପନା କରିଥିଲେ । ଆଉ ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷର ହେବା ପରେ ୨୦୦୪-୦୫ ମସିହାରେ କଂସାରୀଗୁଡାରେ କମ୍ପାନୀ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲା । ଶେଷରେ କଂସାରୀଗୁଡା, ଫୁଲଜବା, କାରାପଦର, ପୁହୁଣ୍ଡି, କାଣ୍ଡିସିଲ୍‌ ଓ ପୋଡାପାଡି ପରି ପ୍ରାୟ ୧୬ ଖଣ୍ଡ ଗ୍ରାମର ପ୍ରାୟ ୧୨ଶହ ଲୋକଙ୍କ ଜମି ସହ ପାଖାପାଖି ୧୮୮୬.୨୨ ଏକର ଜମିକୁ ଇଡକୋ ଜରିଆରେ ଅଧିଗ୍ରହଣ କରାଯାଇଥିଲା । ଜମିହରାଙ୍କୁ କ୍ଷତିପୂରଣ ବାବଦକୁ ଏକ ପିଛା ୩ ଲକ୍ଷ ୪୪ ହଜାର ଟଙ୍କା ପ୍ରଦାନ କରାଯାଇଛି । ଯେଉଁଥିଲେ ରାୟଗଡା ଜିଲ୍ଲାର ୪୭.୫୬ ଏକର ସରକାରୀ, ୯୨୦.୨୧ ଏକର ବେସରକାରୀ ଜମି ରହିଛି । ଗୁଇନ୍ଦା ରିପୋର୍ଟକୁ ଆଧାର କରି କଂସାରୀଗୁଡା ଓ ପୋଡାପଡି ଅଞ୍ଚଳରେ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତ୍ତୟନ କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସମସ୍ତ ଦାୟିତ୍ୱ ନେଇଥିଲେ ।

Govt

Comments are closed.