ଆଜିଠୁ ଖୋଲିଲା ସ୍କୁଲ

ଭୁବନେଶ୍ୱର: ଫେବୃଆରୀ ୨୮: ଆଜିଠୁ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପିଲାଙ୍କର ପାଇଁ ଖୋଲିଛି ସ୍କୁଲ । ତେବେ ଦୁଇ ବର୍ଷ ପରେ ସ୍କୁଲ ଖୋଲିଥିବାରୁ ପିଲାମାନେ ବେଶ୍ ଖୁସିଥିବା କହିଛନ୍ତି । ତେବେ ଏହି ସପ୍ତାହରେ ପିଲାଙ୍କ ମନୋରଞ୍ଜନ ପାଇଁ ଆକ୍ଟିଭିଟି କ୍ଲାସ କରାଯିବ। ଆଗାମୀ ସପ୍ତାହରୁ ପାଠପଢା ହେବ । ଅନ୍ୟପକ୍ଷେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିଥିବା ନେଇ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ । ଏହାସହ ପିଲାମାନେ ଦୁଇ ବର୍ଷ ହେବ ସ୍କୁଲରେ ପାଠ ପଢି ନାହାଁନ୍ତି ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ସାମିଲ କରାଯିବ ଫଳରେ ପିଲାମାନେ ପାଠପଢ଼ାରେ ପଛେଇବେ ନାହିଁ ବୋଲି ମଧ୍ୟ କହିଥିଲେ ଗଣଶିକ୍ଷା ମନ୍ତ୍ରୀ ।

Govt

Comments are closed.