ଶିଶୁ ସୁରକ୍ଷା କମିଟିର ସଦସ୍ୟାଙ୍କୁ ହତ୍ୟା ଘଟଣା, ସିନ୍ ରିକ୍ରିଏସନ କଲା

ବ୍ରହ୍ମପୁର : ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ମହିଳାଙ୍କୁ ହତ୍ୟା ଘଟଣାରେ ଆଜି ହେବ ସିନ୍ ରିକ୍ରିଏସନ୍। ହତ୍ୟାକରୀ ଡ୍ରାଇଭରକୁ ଘଟଣା ସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିଛି ପୋଲିସ୍ ।

ଗତକାଲି ବ୍ରହ୍ମପୁର ଗୋଷାଣୀ ନୂଆଗାଁ ନୀଳକଣ୍ଠ ନଗରରେ ସୌଦାମିନୀ ରଥଙ୍କୁ ଘରେ ପଶି ହତ୍ୟା କରଥିଲା ତାଙ୍କ ନିଜ ଡ୍ରାଇଭର ସୀମାଞ୍ଚଳ ସାହୁ । ଘରକୁ ଚୋରି କରିବାକୁ ଆସି ଧରାପଡ଼ିଯିବା ଭୟରେ ଡ୍ରାଇଭର ହତ୍ୟା କରିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ମୃତ ସୌଦାମିନୀ ଶିଶୁ ସୁରକ୍ଷା କମିଟିର ଜଣେ ସଦସ୍ୟ ଥିଲେ। ଡ୍ରାଇଭରକୁ ଅଟକ ରଖି ଅଧିକ ଖୋଳତାଡ କରିବା ପରେ ସେ ହିଁ ହତ୍ୟାକାରୀ ଥିବା ଜଣାପଡିଥିଲା ।

ବ୍ରହ୍ମପୁର ଟାଉନ୍‌ ଏସ୍‌ଡିପିଓଙ୍କ ସୂଚନା ଅନୁସାରେ, ଗତ ୧୦ ତାରିଖ ଠାରୁ ତିନିଦିନ ପାଇଁ ଭୁବନେଶ୍ବରରେ ଏକ କର୍ମଶାଳା ରହିଥିବାରୁ ସୌଦାମିନୀ ସେଠାକୁ ଯାଇଥିଲେ। ଭୁବନେଶ୍ବର ଯିବା ପୂର୍ବରୁ ଡ୍ରାଇଭରକୁ ଛୁଟିରେ ରହିବାକୁ କହିଥିଲେ। ତେବେ କୌଣସି କାରଣବଶତଃ ସେ ଗତକାଲି ରାତିରେ ହିଁ ଘରକୁ ଫେରିଆସିଥିଲେ। ତେବେ ସୌଦାମିନୀ ଫେରିବା ପୂର୍ବରୁ ତାଙ୍କ ଡ୍ରାଇଭର ସିମାଞ୍ଚଳ ଆସି ଉପର ମହଲାରେ ଲୁଚି ରହିଥିଲା I ସୌଦାମିନୀ ତଳ ମହଲାରେ ତାଙ୍କର ଜଣେ ଷ୍ଟାଫ୍ଙ୍କ ସହ ଫୋନରେ କଥା ହେଉଥିବା ସମୟରେ ସିମାଞ୍ଚଳ ଏଲ ଲୁହ ରଡରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲା I ଏନେଇ ସୌଦାମିନୀ କଥା ହେଉଥିବା ଷ୍ଟାଫଙ୍କ ସନ୍ଦେହ ହେବାରୁ,ସେ ଅନ୍ୟ ମାନଙ୍କ ସହ ଆସି ସୌଦାମିନୀଙ୍କ ଘରେ ପହଞ୍ଚିଥିଲେ I ସେତେବେଳକୁ ସୌଦାମିନୀଙ୍କ ରକ୍ତାକ୍ତ ମୃତ ଦେହ ବଗହାରେ ପଡିଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ସ୍କୁଟିକୁ ଜବତ କରିବା ସହ ଆଖପାଖ ଅଞ୍ଚଳର ସିସି କ୍ୟାମେରା ଫୁଟେଜ୍‌କୁ ଯାଞ୍ଚ କରୁଥିବା ଏସ୍‌ଡିପିଓ ଶ୍ରୀ ପଣ୍ଡା କହିଛନ୍ତି। ପୁଲିସ ଅଭିଯୁକ୍ତ ଗାଡ଼ି ଡ୍ରାଇଭର ସୀମାଞ୍ଚଳକୁ ଅଟକ ରଖି ପଚରାଉଚରା ଜାରି ରହିଥିବା ବେଳେ ତା ବିରୋଧରେ ପୂର୍ବରୁ ଦୁଇରୁ ତିନିଟି ମାମଲା ରହିଥିବା ଏସ୍‌ଡିପିଓ କହିଛନ୍ତି। ତେବେ ଚୋରି କରିବା ଉଦ୍ଦେଶ୍ୟରେ ପଶି ଡ୍ରାଇଭର ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି ।

Govt

Comments are closed.