ଦ୍ୱାରକାର ଛାୱଲା ଦୁଷ୍କର୍ମ ଘଟଣା: ହାଇକୋର୍ଟଙ୍କ ମୃତୁ୍ୟଦଣ୍ଡାଦେଶ ଖାରଜ ଓ ୩ ଅପରାଧୀଙ୍କୁ ମୁକ୍ତ କରିଦେଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜନୈକା ୧୯ ବର୍ଷୀୟା ଯୁବତୀଙ୍କୁ ଅପହରଣ ପରେ ଦୁଷ୍ମର୍ମ କରି ହତ୍ୟା କରିବା ଘଟଣାରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ ମୁକ୍ତ କରି ଦେଇଛନ୍ତି ।

ଦେଶର ବହୁଚର୍ଚ୍ଚିତ ନିର୍ଭୟା ମାମଲାର ମାସକ ପୂର୍ବରୁ ୨୦୧୨ରେ ଘଟିଥିଲା ଦ୍ୱାରକାର ଛାୱଲା ଜଘନ୍ୟ ଅପରାଧ । ଦିଲ୍ଲୀର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଦେଇ ହତ୍ୟା କରିବା ଅଭିଯୋଗରେ ଦିଲ୍ଲୀ ହାଇକୋର୍ଟ ତିନି ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କୁ ‘ରାଜରାସ୍ତାରେ ବୁଲିବୁଲି ନିଜର ଶିକାର ସନ୍ଧାନ କରୁଥିବା ଜଘନ୍ୟ ଶିକାରୀ’ ବୋଲି ବର୍ଣ୍ଣନା କରିଥିଲେ ।

ତେବେ, ସୁପ୍ରିମକୋର୍ଟ ଆଜି ଏହି ତିନିଜଣ ଅଭିଯୁକ୍ତଙ୍କୁ ମୁକ୍ତ କରି ଦେଇଛନ୍ତ । ରିପୋର୍ଟରୁ ପ୍ରକାଶ, ଫେବ୍ରୁଆରି ୨୦୧୨ରେ, ଜନୈକା ୧୯ ବର୍ଷୀୟା ଯୁବତୀଙ୍କୁ ଏକ କାର୍‌ ମାଧ୍ୟମରେ ଅପହୃତ କରିଥିଲେ । ଦୁଷ୍କର୍ମ ସମୟରେ ସେମାନେ ଗାଡ଼ିର ଟୁଲ୍‌କୁ ବ୍ୟବହାର କରି ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିଲେ । କିଛିଦିନ ପରେ ତାଙ୍କର ଅର୍ଦ୍ଧଦU କ୍ଷତବିକ୍ଷତ ମୃତଦେହ ହରିୟାଣାର ରେୱାରୀ ଜିଲ୍ଲାର ଏକ କ୍ଷେତରୁ ମିଳିଥିଲା । ଏ ଘଟଣା ସଂପର୍କରେ ଦିଲ୍ଲୀର ନଜଫଗଡ଼ ପୁଲିସ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ତଦନ୍ତ କରି ଅପହରଣ, ଦୁଷ୍କର୍ମ ଏବଂ ହତ୍ୟା ସମେତ ବିଭିନ୍ନ ଅଭିଯୋଗରେ ରବି କୁମାର, ରାହୁଲ ଏବଂ ବିନୋଦ ନାମକ ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ଗରିଫ କରିଥିଲା ।

ଫେବ୍ରୁଆରି ୨୦୧୪ରେ ଦିଲ୍ଲୀର ଏକ ଅଦାଲତ ଏହି ତିନି ଅଭିଯୁକ୍ତଙ୍କୁ ସଂପୃକ୍ତ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ତଳ ଅଦାଲତର ଏହି ରାୟକୁ ବିରୋଧ କରି ଅଭିଯୁକ୍ତମାନେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଦିଲ୍ଲୀ ହାଇକୋର୍ଟ ତଳ ଅଦାଲତର ରାୟକୁ ସମର୍ଥନ କରିବା ସହ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଥିଲେ । ଏହାପରେ, ଏହି ତିନ ଅଭିଯୁକ୍ତ ସୁପ୍ରିମକୋର୍ଟରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସେମାନଙ୍କ ଦଣ୍ଡ ହ ୍ରାସ କରିବାକୁ ଆବେଦନ କରିଥିଲେ ।

ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ୟୁୟୁ ଲଳିତ ଏବଂ ଜଷ୍ଟିସ୍‌ ଏସ ରବୀନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ୍‌ ବେଲା ଏମ ତ୍ରିବେଦୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ ବାତିଲ କରିବା ସହ ତିନିଜଣ ଅପରାଧୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟରେ ଦିଲ୍ଲୀ ପୁଲିସ ଅପରାଧୀଙ୍କ ମୃତ୍ୟୁଦଣ୍ଡ ହ ୍ରାସ କରିବାକୁ ବିରୋଧ କରିଥିଲା । ଦିଲ୍ଲୀ ପୁଲିସ କହିଥିଲେ ଯେ ଏହି ଅପରାଧ କେବଳ ପୀଡିତାଙ୍କ ବିରୋଧରେ ନୁହେଁ, ବରଂ ସମାଜ ବିରୋଧରେ କରାଯାଇଛି । ପୁଲିସ ଅପରାଧର ଜଘନ୍ୟ ପ୍ରକୃତି ଦର୍ଶାଇ ଦୋଷୀମାନଙ୍କୁ କୌଣସି ପ୍ରକାରର ଦଣ୍ଡ ରିହାତି ବିରୁଦ୍ଧରେ ଯୁକ୍ତି କରିଥିଲା ।

ଅନ୍ୟପକ୍ଷରେ, ଦୋଷୀମାନଙ୍କ ତରଫରୁ ମାମଲା ଲଢୁଥିବା ଓକିଲ ସେମାନଙ୍କ ବୟସ, ପାରିବାରିକ ପୃଷ୍ଠଭୂମି ଏବଂ ଅତୀତର ଅପରାଧିକ ରେକର୍ଡକୁ ଦର୍ଶାଇ ଦଣ୍ଡ ହ ୍ରାସ ପାଇଁ ଚାପ ପକାଇଥିଲେ ।

Govt

Comments are closed.