ଭୁବନେଶ୍ୱର : ଅର୍ଥ ହେରଫେର ମାମଲାରେ ଫୁଲବାଣୀ ଏସବିଆଇର ଡେପୁଟି ମ୍ୟାନେଜରଙ୍କୁ ବାନ୍ଧିଲା ଇଓଡବ୍ଲୁ । ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ ଗତକାଲି କଟକରୁ ଗିରଫ କରାଯାଇଛି ।
ଘଟନାନୁସାରେ,ଫୁଲବାଣୀ ଏସବିଆଇ ବ୍ରାଞ୍ଚରେ ଡେପୁଟି ମ୍ୟାନେଜେର ଥିଲେ ଆଶୁତୋଷ ଆଚାର୍ଯ୍ୟ I ସେହି ସମୟରେ ସେ ଜାଲ କାଗଜ ପତ୍ର ଜରିଆରେ ତାଙ୍କ ନିକଟ ସମ୍ପର୍କୀୟଙ୍କ ସମେତ ପ୍ରାୟ ୫୯ ଜଣଙ୍କୁ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ଋଣ ଦେଇଥିବା ଜଣାଯାଇଛି । ୨୦୨୧ ସେପ୍ଟେମ୍ବରରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ହୋଇଛି ଏହି ଠକେଇର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଜଣାଯାଇଛି। ଅଭିଯୁକ୍ତ ଡେପୁଟି ମ୍ୟାନେଜରଙ୍କ ଅନୁମୋଦନ କ୍ରମେ ୫୯ ଲୋକଙ୍କୁ ଋଣ ଦିଆଯାଇଥିଲା। ଏହି ସବୁ ଟଙ୍କା ଗୁଡିକ ବେଆଇନ ଭାବେ ପରିବାରର ମୃତ ବ୍ୟକ୍ତିଙ୍କ ନାମରେ ଟଙ୍କା ମଞ୍ଜୁରୀ କରି ଟଙ୍କା ହଡ଼ପ କରିଥିଲେ । ଜାଲ କାଗଜପତ୍ର ଜରିଆରେ ଏସବୁ ଘୋଟଲା କରାଯାଇଛି । ଯେଉଁମାନଙ୍କ ନାମରେ ଲୋନ ଯାଇଛି ସେମାନେ ଏବିଷୟରେ ଆଜ୍ଞାତ ଅଛନ୍ତି ।
ଏବିଷୟରେ ବ୍ୟାଙ୍କ ଅଡିଟ ବେଳେ ଜଣା ପଡିବାରୁ ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଏ ନେଇ ଇଓଡବ୍ଲୁରେ ଅଭିଯୋଗ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ଦେବା ନାଁରେ ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ରହିଛି। ତାଙ୍କ ବିରୋଧରେ ୪୦୯, ୪୨୦, ୪୬୭, ୪୬୮,୪୭୧ ଓ ୧୨୦ବି ଧାରାରେ ମାମଲା କରାଯାଇଛି। ଆଜି ଆଶୁତୋଷ ଆଚାର୍ଯ୍ୟଙ୍କୁ ଆଜି ଫୁଲବାଣୀ ଏସଡିଜେଏମ କୋର୍ଟରେ ହାଜର କରାଯିବ।

Comments are closed.