ଜଙ୍କ ଫୁଡ୍‌ଠୁ ଦୂରେଇ ରହିବାର ଉପାୟ

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀ କାରଣରୁ ଜଙ୍କଫୁଡ୍‌ ଖାଇବା ସମସ୍ତଙ୍କର ଏକ ଅଭ୍ୟାସରେ ପରିଣତ ହୋଇସାରିଲାଣି । ଯାହା ଦେହ ପାଇଁ ଖରାପ ବୋଲି ଜାଣିବା ପରେ ମଧ୍ୟ ଏହାକୁ ଛାଡିବା କଷ୍ଟ । କେତେକ ଚାହିଁକି ମଧ୍ୟ ଏଥିରୁ ନିବୃତ୍ତ ହୋଇପାରୁନାହାନ୍ତି । ତେବେ କିଛିଟା ଏଭଳି ଟ୍ରିକ୍‌ ଅଛି, ଯାହାକୁ ଅନୁକରଣ କଲେ ଆମେ ଏକ ସୁସ୍ଥକର ଜୀବନ ବଞ୍ଚିବା ସହିତ ଜଙ୍କଫୁଡକୁ ମଧ୍ୟ ଦୂରେଇ ପାରିବା ।

ରଖନ୍ତୁ ଆଖିରୁ ଦୂରରେ
ଆମେ ଯେଉଁ ଖାଦ୍ୟକୁ ଦେଖୁ ତାକୁ ତୁରନ୍ତ ଖାଇବାକୁ ଇଚ୍ଛା ହୋଇଥାଏ । ତେଣୁ ସର୍ବଦା ଜଙ୍କଫୁଡ୍‌କୁ ଆଖିରୁ ଦୂରେଇ ରଖନ୍ତୁ । ସେଗୁଡିକୁ ଏଭଳି ସ୍ଥାନରେ ରଖନ୍ତୁ, ଯାହା ନିୟମିତ ଭାବେରେ ଆଖିରେ ପଡିବ ନାହିଁ । ଏପରି କରିବା ଫଳରେ ଆମେ ଜଙ୍କଫୁଡ୍‌ ଖାଇବାଠାରୁ ଦୂରରେ ରହିପାରିବା ।

ବଦଳାନ୍ତୁ ଅଭ୍ୟାସ
ସବୁଠାରୁ ବଡ ହେଲା ନିଜର ଖାଦ୍ୟ ଆଭ୍ୟାସ । ଏହାକୁ ବଦଳାଇବାକୁ ଚେଷ୍ଟା କରନ୍ତୁ । ସବୁଦିନ ଏକ ତାଲିକା ପ୍ରସ୍ତୁତ କରି ସେହି ହିସାବରେ ଖାଆନ୍ତୁ । ନିଜ ଅଭ୍ୟାସ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରନ୍ତୁ । ସବୁବେଳେ ଖାଦ୍ୟରେ ଜଙ୍କ ସ୍ଥାନରେ ସୁସ୍ଥକର ଖାଦ୍ୟ ଖାଆନ୍ତୁ । ଧୀରେଧୀରେ ଏହାକୁ ଅଭ୍ୟାସରେ ପରିଣତ କରନ୍ତୁ ।

ପାଣି ଅଧିକା ପିଅନ୍ତୁ
ସର୍ବଦା ଆମକୁ ଲାଗୁଥିବା ଛୋଟଛୋଟ ଭୋକରୁ ଦୂରେଇ ରହିବାକୁ ପାଣି ଅଧିକା ପିଅନ୍ତୁ । ଏହାଦ୍ୱାରା ଆମକୁ କମ ଭୋକ ଲାଗିଥାଏ । ସେହିଭଳି କିଛି ଜଙ୍କ ଫୁଡ୍‌ ଦେଖିଲେ ବି ଏହାକୁ ଖାଇବାକୁ ଇଛା ହୋଇନଥାଏ । ତେଣୁ ପିଉଥିବା ପାଣିର ମାତ୍ରା ବଢାନ୍ତୁ ।

Govt

Comments are closed.