ପୁଣି ବଦଳିଲେ ସାର ଅଲି ଖାନଙ୍କ କ୍ରସ୍‌

ମୁମ୍ବାଇ: ଜୁଲାଇ ୧୩: କରଣ ଜୋହରଙ୍କ ଶୋ କଫି ୱିଥ୍‌ କରଣର ଏକ ଏପିସୋଡରେ ନଜର ଆସିଛନ୍ତି ସାରା ଅଲି ଖାନ ଏବଂ ଜାହ୍ନବୀ କପୁର । ତେବେ ଏହି ଶୋ ଟିର ପୁରା ଏପିସୋଡ୍‌ ରିଲିଜ୍‌ ହେଇନି । ବର୍ତ୍ତମାନ ଏହାର ପ୍ରୋମୋ ଆସିଛି । ଏହି ଭିଡିଓ ଆସିବା ମାତ୍ରେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ପ୍ରୋମୋରେ ସାରା ଏବଂ ଜାହ୍ନବୀଙ୍କର ମଜାଳିଆ କଥା ଆଲୋଚନା କରୁଛନ୍ତି । ଏମିତିରେ ସାରାଙ୍କର ଏକ ଉତ୍ତର ଏବେ ଇଣ୍ଟରନେଟରେ ଆଲୋଚନା ହେଉଛି । ନିକଟରେ କରଣ ଜୋହର ତାଙ୍କର ଶୋରେ ସାରାଙ୍କୁ ପଚାରିଥିଲେ ତୁମର କ୍ରସ୍‌ କିଏ, ବର୍ତ୍ତମାନ କାହା ସହିତ ଡେଟ କରିବାକୁ ଚାହୁଁଛ? ପ୍ରଥମେ ସାରା ମନା କରିଦେଲେ ଏବଂ ପରେ ହସି ହସି ବିଜୟ ଦେବରାକୋଣ୍ଡାଙ୍କ ନାମ ନେଇଥିଲେ । ସାରାଙ୍କ ଏହି ଉତ୍ତର ଶୁଣିବା ପରେ କରଣ ଏବଂ ଜାହ୍ନବୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅନ୍ୟ ପଟେ, ସାରା ମଧ୍ୟ ଜାହ୍ନବୀଙ୍କୁ ପଚାରିଥିଲେ କି ତୁମେ ବିଜୟକୁ ପସନ୍ଦ କର କି? ଅନ୍ୟପଟେ ଏହି ଶୋର ଏହି ଭିଡିଓ ଦେଖିବା ପରେ, ବିଜୟ ଏହି କ୍ଲିପ୍‌ ସେୟାର କରି ଲେଖିଛନ୍ତି, ବହୁତ ପସନ୍ଦ ଆସିଲା କାହିଁକି ନା ଯେଉଁଭଳି ଭାବରେ ଆପଣ ଦେବାରକୋଣ୍ଡା କହିଲେ । ବହୁତ କ୍ୟୁଟ୍‌ ଥିଲା । କହିରଖୁ କି ପୂର୍ବରୁ, ଯେତେବେଳେ ସାରା ଶୋ କୁ ଆସିଥିଲେ, ସେତେବେଳେ କରଣ ତାଙ୍କୁ କ୍ରସ୍‌ ବିଷୟରେ ପ୍ରଶ୍ନ ପଚାରିଥିଲେ, ସେ ସେତେବେଳେ କାର୍ତ୍ତିକ ଆର୍ଯ୍ୟନଙ୍କ ନାମ ନେଇଥିଲେ ଏବଂ ପରେ କାର୍ତ୍ତିକ ଏବଂ ସାରା ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିଲେ । ଏବେ ପୁଣି ତାଙ୍କ କ୍ରସଙ୍କ ନାଁରେ ପରିବର୍ତ୍ତନ ଦେଖି ସମସ୍ତେ ଏହି କ୍ଲିପ୍‌ କୁ ଶେୟାର କରୁଛନ୍ତି ।

Launching Ceremony of “AYUSHMAN BHARAT

Comments are closed.