ନୂଆଦିଲ୍ଲୀ: ଜୁନ ୨୮: ସାଂସଦ ସଞ୍ଜୟ ରାୱତଙ୍କୁ ଇଡିର ନୋଟିସ୍ । ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ସଞ୍ଜୟ ରାୱତଙ୍କୁ ଇଡି ପକ୍ଷରୁ ନୋଟିସ୍ ଆସିଛି । ଆଜି ଅଫିସରେ ହାଜର ହେବାକୁ ଇଡି ପକ୍ଷରୁ ଶିବସେନା ସାଂସଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖବର ଅନୁଯାୟୀ, ପ୍ରବୀଣ ରାୱତ ଏବଂ ପାତ୍ରା ଚାୱଲଙ୍କ ଜମି ଦୁର୍ନୀତି ପ୍ରସଙ୍ଗରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଦୁର୍ନୀତିରେ ପ୍ରାୟ ୧୦୩୪ କୋଟି ଟଙ୍କାର ଘୋଟାଲା ହୋଇଛି ବୋଲି ସୂଚନା ରହିଛି । ଏହି ମାମଲାରେ ପୂର୍ବରୁ ସଞ୍ଜନ ରାୱତଙ୍କ ସହଯୋଗୀ ପ୍ରବୀଣ ରାୱତଙ୍କ ୯ କୋଟି ଟଙ୍କା ଏବଂ ସାଂସଦଙ୍କ ପତ୍ନୀଙ୍କର ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଛି ଇଡି । ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ମହାରାଷ୍ଟ୍ରରେ ଚାଲିଛି ମହାନାଟକ । କିଏ କାହାକୁ ସମର୍ଥନ କରୁଛି । ସେନେଇ ପ୍ରତିଦିନ ଚାଲିଛି ଘମାଘୋଟ ବୟାନବାଜି । ଦଳ ଓ ସରକାରଙ୍କ କାର୍ଯ୍ୟକଳାପରେ ଅସ;ୁଷ ହୋଇ ମନ୍ତ୍ରୀ ଏକନାଥ ସିନ୍ଦେ ବିଦ୍ରୋହ କରିଛନ୍ତି । ଏପିରିକି ନିଜ ସାଥେ ଏକାଧିକ ବିଧାୟକଙ୍କୁ ନେଇ ପ୍ରଥମେ ସୁରତ ପରେ ଗୌହାଟିରେ ଏକ ହୋଟେଲରେ ରହିଛନ୍ତି । ସେପଟେ ଏହି ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ।
Comments are closed.