ସାନିଆ-ସୋଏବଙ୍କ ଘର ଭାଙ୍ଗିଲେ ଆୟେଶା !

ଭାରତୀୟ ଟେନିସ୍‌ ଖେଳାଳୀ ସାନିଆ ମିର୍ଜା ଓ ତାଙ୍କ ପତି ସୋଏବ ମଲ୍ଲିକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦୀର୍ଘଦିନ ଧରି ଏହି ଖବର ଆସୁଛି ଯେ, ପାକିସ୍ତାନୀ କ୍ରିକେଟର ସୋଏବ ଓ ସାନିଆଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବାକୁ ଯାଉଛି । କିନ୍ତୁ ଏ ସଂପର୍କରେ ଉଭୟଙ୍କ ମଧ୍ୟରୁ କେହି ବି କିଛି ମୁହଁ ଖୋଲି ନାହାନ୍ତି । କିନ୍ତୁ ସୋସିଆଲ୍‌ ମିଡିଆ ୟୁଜର ଏମାନଙ୍କ ବିଚ୍ଛେଦର କାରଣ ଖୋଜି ବାହାର କରିଛନ୍ତି ।

Sania Mirza-Shoaib Malik divorce, Pakistani cricketer's closeness with model Ayesha Omar

କିଛି ୟୁଜରଙ୍କ ମତ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କ ଲାଗି ଏମାନଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଛି । ନଭେମ୍ବର ୨୧ରେ ସୋନିଆ ଓ ସୋଏବ ଏକ ଫଟୋଶୁଟ୍‌ କରିଥିଲେ । ଏକ ଲୋକପ୍ରିୟ ପାକିସ୍ତାନୀ ମାଗାଜିନ୍‌ ଲାଗି ସୋଏବ କରିଥିବା ଏକ ଫଟୋଶୁଟ୍‌ରେ ଅଭିନେତ୍ରୀ ଆୟେଶା ଉମର ନଜର ଆସିଥିଲେ । ଉଭୟଙ୍କ ଫଟୋ ଓ ପୋଜ୍‌ ବେଶ୍‌ ବୋଲï ଥିଲା ଓ ଏମାନଙ୍କ କେମେଷ୍ଟ୍ରୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏବେ ତଲାକ ଖବର ଭିତରେ ସୋଏବ ଓ ଆୟେଶାଙ୍କ ସେହି ଫଟୋ ଭାଇରାଲ୍‌ ହେବାରେ ଲାଗିଛି । କୁହାଯାଉଛି ଆୟେଶାଙ୍କ ଲାଗି ସାନିଆଙ୍କ ଘର ଭାଙ୍ଗି ଯିବାକୁ ବସିଛି ।

Sania Mirza-Shoaib Malik divorce, Pakistani cricketer's closeness with model Ayesha Omar

ଲାହୋରରେ ଜନ୍ମଗ୍ରହଣ କରିଥିବା ଆୟେଶା ଲଲିଉଡ୍‌ର ଜଣେ ଲୋକପ୍ରିୟ ଅଭିନେତ୍ରୀ । ପାକିସ୍ତାନ ଟିଭିର ଲୋକପ୍ରିୟ ଧାରାବାହିକ ଜିନ୍ଦେଗୀ ଗୁଲଜାର ହୈ ରେ ସେ ବିଶେଷ ଲୋକପ୍ରିୟତା ହାସଲ କରିଥିଲେ । ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ସେ ମଡେଲିଂ କରୁଥିଲେ । ସେ ବହୁ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି । ଟେଲି ଧାରାବାହିକ କଲେଜ ଜିନ୍ସରୁ ସେ ନିଜ ଆକଫିଂ କ୍ୟାରିୟର ଆରମ୍ଭ କରିଥିଲେ । ଏହା ସହିତ ସେ ଫିଲ୍ମରେ ମଧ୍ୟ ଡେବୁ୍ୟ କରିଥିଲେ । ପାକିସ୍ତାନୀ ଦର୍ଶକଙ୍କୁ ସେ ବହୁ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି ।

Govt

Comments are closed.