ଋଣ ବୋଝ କାରଣରୁ ଗୋଟିଏ ପରିବାରର ୯ ଜଣ କଲେ ଆତ୍ମହତ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଳାର ଗୋଟିଏ ପରିବାରର ୯ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ଘଟଣାଟି ସାରା ଦେଶବାସୀଙ୍କୁ ଆଚମ୍ବିତ କରିଦେଇଛି । କେଉଁ କାରଣରୁ ଗୋଟିଏ ପରିବାରର ୯ ଜଣ ସଦସ୍ୟ ଏହି ପରି ଚରମ ନିଷ୍ପତି ନେଲେ, ତାହାର କାରଣ ଜଣାପଡ଼ିନାହିଁ । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଥିବାବେଳେ ୪ ଜଣ ପୁରୁଷ ରହିଛନ୍ତି । ପରିବାରରେ ଦୁଇ ଭାଇ ସେମାନଙ୍କର ପତ୍ନୀ ଓ ପିଲାମାନେ ରହିଥିଲେ । ମୃତକ ହେଲେ-ବଡ଼ ଭାଇ ପୋପଟ୍‌ ଭାନ୍‌ମୋର (୫୨), ସଙ୍ଗୀତା ପୋପଟ୍‌ ଭାନ୍‌ମୋର (୪୮), ଅର୍ଚ୍ଚନା ପୋପଟ୍‌ ଭାନ୍‌ମୋର(୩୦), ଶୁଭମ୍‌ ପୋପଟ୍‌ ଭାନ୍‌ମୋର(୨୮), ସାନ ଭାଇ ମାଣିକ ଭାନ୍‌ମୋର(୪୯), ରେଖା ମାଣିକ ଭାନ୍‌ମୋର(୪୫), ଆଦିତ୍ୟ ମାଣିକ ଭାନ୍‌ମୋର(୧୫), ଅନିତା ଭାନ୍‌ମୋର(୨୮) ଏବଂ ଅକ୍‌କାତାଇ ଭାନ୍‌ମୋର(୭୨) ରହିଥିଲେ ।

ଋଣ ବୋଝ କାରଣରୁ ଗୋଟିଏ ପରିବାରର ୯ ଜଣ କଲେ ଆତ୍ମହତ୍ୟା

ମୃତକଙ୍କ ଶରୀର ଅକ୍ଷତ ଅବସ୍ଥାରେ ରହିଥିଲେ ମଧ୍ୟ ନଖ ନୀଳ ରଙ୍ଗ ପଡ଼ିଯାଇଥିବା ସହିତ ନାକରୁ ଏକ ତରଳ ପଦାର୍ଥ ନିର୍ଗତ ହେଉଥିବା ଦେଖିବାକୁ ମିଳିଛି । ଏଣୁ ସେମାନେ ବିଷ ପିଇ ଆତ୍ମହତ୍ୟା କରିଥିବା କଥା ପୋଲିସ ପ୍ରାଥମିକ ତଦନ୍ତରୁ ପ୍ରକାଶ କରିଛି ।
ଅନ୍ୟପକ୍ଷରେ, ଘରର ବିଭିନ୍ନ ସ୍ଥାନରୁ ଭାନ୍‌ମୋର ପରିବାର ବ୍ୟାଙ୍କ ଲୋନ୍‌ କରିଥିବା ଦସ୍ତାବିଜ ମିଳଛି । ଏଣୁ ଋଣ ଭାର ଅଧିକ ହୋଇଯାଇଥିବାରୁ ଭାନ୍‌ମୋର ପରିବାର ଅବସାଦ ହୋଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରିଛି । ପରିବାରର ଜଣେ ସଦସ୍ୟଙ୍କ ପକେଟ୍‌ରୁ ସୁଇସାଡ୍‌ ନୋଟ୍‌ ମିଳିଛି । ହେଲେ ସେଥିରେ କ’ଣ ସବୁ ଉଲ୍ଲେଖ ରହିଛି, ତାହାକୁ ପୋଲିସ ପ୍ରକାଶ କରିନାହିଁ ।

ଋଣ ବୋଝ କାରଣରୁ ଗୋଟିଏ ପରିବାରର ୯ ଜଣ କଲେ ଆତ୍ମହତ୍ୟା

ସୂଚନା ଅନୁସାରେ, ସବୁଦିନ ପରି କ୍ଷୀରବାଲା କ୍ଷୀର ପ୍ୟାକେଟ୍‌ ଭାନ୍‌ମୋର ପରିବାର ରହୁଥିବା ଘରେ ଦେଇଥିଲା । ହେଲେ ବହୁ ସମୟ ପର୍ଯ୍ୟନ୍ତ କ୍ଷୀର ପ୍ୟାକେଟ୍‌ କେହି ନେବାକୁ ଆସିନଥିଲେ । କୌଣସି ଅଘଟଣ ଆଶଙ୍କା କରି ପଡ଼ୋଶୀ ଘରର କବାଟ ବାଡ଼େଇ ଥିଲେ । ଉତ୍ତର ନମିଳିବାରୁ ସେ ଘରର ପଛ କବାଟ ବାଡ଼େଇବା ସହିତ ଏକ ଝରକା ମାଧ୍ୟମରେ ଘର ଭିତରକୁ ଦେଖିବାକୁ ଚେଷ୍ଟା କରିଥିଲେ । ଏହାପରେ ସେ ଭାନ୍‌ମୋର ପରିବାରଙ୍କ ଶବ ଦେଖି ଚିତ୍କାର କରି ସମସ୍ତଙ୍କୁ କହିବା ସହିତ ପୋଲିସକୁ ସୂଚନା ଦେଇଥିଲେ ।

Comments are closed.