ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ମାର୍ଚ୍ଚ ୧୫: କବାଡି ଟୁର୍ଣ୍ଣାମେଣ୍ଟ ସମୟରେ ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ ଗୁଳି କରି ହତ୍ୟା । ସନ୍ଦୀପ ନଙ୍ଗଲ ଏକ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ସେଠାକୁ ଯାଇଥିଲେ । ତେବେ ଗୁଳିମାଡ଼ ସମୟରେ ସେଠାରେ ଶହ ଶହ ଲୋକ ଉପସ୍ଥିତ ଥିଲେ । ଏହି ଘଟଣା ପରେ ଷ୍ଟାଡ଼ିୟମରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା । ପ୍ରାଥମିକ ତଦନ୍ତ ଅନୁସାରେ ମଲ୍ଲିଆରେ ଏକ ବଡ ଟୁର୍ଣ୍ଣାମେଣ୍ଟ ଚାଲିଥିଲା । ମ୍ୟାଚ୍ ଚାଲିଥିବା ବେଳେ କାରରେ ସେଠାରେ ୧୦ରୁ ୧୨ ଜଣ ପହଞ୍ଚିଥିଲେ । ଅଚାନକ୍ ସେମାନେ ମିଳିତ ଭାବେ ସନ୍ଦୀପଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ । ସ୍ଥାନୀୟ ଲୋକେ ସନ୍ଦୀପଙ୍କୁ ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲ ନେବାକୁ ଚେଷ୍ଟା କରିଥିଲେ, ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ତାଙ୍କ ଶରୀରରେ ପ୍ରାୟ ୮ରୁ ୧୦ଟି ବୁଲେଟ ଲାଗିଛି । ପୂର୍ବ ଶତ୍ରୁତାରୁ ଏପରି ଘଟଣା ଘଟିଥିବା କୁହାଯାଉଛି। ସୂଚନା ଅନୁଯାୟୀ ସନ୍ଦୀପ ନଙ୍ଗଲଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ପୋଲିସ୍ କହିଛି । ଏହି ହତ୍ୟା ମାମଲାର ତଦନ୍ତ କରୁଛନ୍ତି ଏସପି ମନପ୍ରୀତ ସିଂ ।

Govt

Comments are closed.