କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହରୁ କାଢାଯିବ ବାଲି ଓ ପଥର

କୋଣାର୍କ : କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ରୁ କାଢାଯିବ ବାଲି ଓ ପଥର I ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇ ପକ୍ଷରୁ ଏଥିନିମନ୍ତେ ଭୂମି ପୂଜନ କରାଯାଇଛି। ଗୁରୁବାର ସୂର୍ଯ୍ୟ ମନ୍ଦିରରେ ପୂଜାର୍ଚ୍ଚନା ପରେ କାର୍ଯ୍ୟ ଆରମ୍ଭ ହୋଇଛି I ଏହି କାର୍ଯ୍ୟକୁ ବିଡ଼ିଆର କମ୍ପାନୀ କରିବ I ଲିଫ୍ଟ ମାଧ୍ୟମରେ ମନ୍ଦିର ଭିତରୁ ବାଲି କଢ଼ାଯିବା ନେଇ ସୂଚନା ଦେଇଛନ୍ତି ସୁପରିନଟେଣ୍ଡେଣ୍ଟ ଅରୁଣ ମଲ୍ଲିକ I ତେବେ ଘରୋଇ କଂପାନୀ କେବଳ ବୈଷୟିକ ଜ୍ଞାନ କୌଶଳ ଯୋଗାଇବ ଓ ବାଲି କାଢିବା କାର୍ଯ୍ୟରେ ASIର କର୍ମଚାରୀମାନେ ନିୟୋଜିତ ହେବେ ବୋଲି କୁହାଯାଇଛି । ମନ୍ଦିର ଭିତରୁ ବାଲି କାଢ଼ିବା ଲାଗି ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି ।

ବିଭିନ୍ନ ବିଭାଗର ଇଞ୍ଜିନୟରଙ୍କୁ ନେଇ ସର୍ଭେ କରାଯାଇ ସମସ୍ତ ତଥ୍ୟ ସଂଗ୍ରହ କରାଯିବା ପରେ ଏଏସଆଇ ପକ୍ଷରୁ ସୂର୍ଯ୍ୟ ମନ୍ଦିରର ଗର୍ଭଗୃହରୁ ବାଲି କଢ଼ାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି I ବୈଷୟିକ ଜ୍ଞାନ କୌଶଳ ଲାଗି ଘରୋଇ କଂପାନୀ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ମେକାନିକାଲ ୱାର୍କିଂ ପ୍ଲାଟଫର୍ମ ନିର୍ମାଣ ଆରମ୍ଭ ହୋଇଛି । ଗର୍ଭଗୃହ ସଂଲଗ୍ନ ପଶ୍ଚିମ ଦ୍ୱାର ପଟୁ ଗର୍ତ୍ତ କରି ଗର୍ଭଗୃହରୁ ବାଲି କଢାଯିବ ବୋଲି ASI ସୁପରିଣ୍ଟଣ୍ଡେଣ୍ଟ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଆଧୁନିକ ଯାନ୍ତ୍ରିକ ସରଞ୍ଜାମ ଦ୍ବାରା ମନ୍ଦିର ଭିତରୁ ମାଟି କଢାଯିବ । ଏଥିପାଇଁ ଏକ ସ୍ବତନ୍ତ୍ର ଲିଫ୍ଟ ମଧ୍ୟ ବ୍ୟବହାର କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି ।

୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ଇଂରେଜମାନେ ଗର୍ଭଗୃହରେ ବାଲି ଭର୍ତ୍ତି କରିଥିଲେ । ବର୍ଷ ବର୍ଷ ଧରି ବାଲି ଭର୍ତ୍ତି ହୋଇ ରହିଥିବାରୁ ତାହା କୋଣାର୍କର ସୁରକ୍ଷା ଉପରେ ଆଞ୍ଚ ଆଣୁଛି। ବର୍ଷା ଦିନ ହେଲେ ଏହା ଶୁଖିବାକୁ ମାସ ମାସ ସମୟ ଲାଗୁଛି। ତେଣୁ ବ୍ଲାକ ପାଗୋଡ଼ାକୁ ବାଲିମୁକ୍ତ କରିବାକୁ ଜୋରସୋରରେ ଉଦ୍ୟମ ଆରମ୍ଭ ହୋଇଛି।

Launching Ceremony of “AYUSHMAN BHARAT

Comments are closed.