ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସମ୍ରାଟ ପୃଥ୍ୱୀରାଜ ୬ ଦିନ ହେବ ପ୍ରେକ୍ଷାଳୟରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଚାଲିଛି । କିନ୍ତୁ ରୋଜଗାର କ୍ଷେତ୍ରରେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ କସରତ କରୁଛି ।ଷଷ୍ଠ ଦିନରେ ଏହି ଫିଲ୍ମଟିର ରୋଜଗାରରେ ପୁଣି ହ ୍ରାସ ଘଟିଛି । ଅକ୍ଷୟ କୁମାରରଙ୍କ ଚଳଚ୍ଚିତ୍ରଟି ଏପରି ଭାବେ ମାଡ଼ ଖାଇବା କଥା ସଭିଙ୍କୁ ନିରାଶ କରିଛି । ସୂତ୍ରରୁ ଜଣାପଡିଛି ଯେ ଷଷ୍ଠ ଦିନରେଫିଲ୍ମଟି ମାତ୍ର ୩.୮୦ କୋଟି ରୋଜଗାର କରିଛି ।ଚଳଚ୍ଚିତ୍ରଟି ୬ ଦିନ ସୁଦ୍ଧା ସମୁଦାୟ ୫୨.୪୫ କୋଟି ରୋଜଗାର କରିଛି ।ତେବେ ପ୍ରଥମ ଦିନରେ ଅକ୍ଷୟଙ୍କ ଚଳଚ୍ଚିତ୍ରଟି ୧୦.୭୦ କୋଟି ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ୧୨.୭୫ ରୋଜଗାର କରିଥିଲା । ସେହିଭଳି ତୃତୀୟ ଦିନରେ ୧୬ କୋଟିର ବେପାର ହୋଇଥିବା ବେଳେ ପ୍ରଥମ ସପ୍ତାହନ୍ତ ପରେ ଫିଲ୍ମଟି ଫିକା ପଡ଼ିବାରେ ଲାଗିଛି । ଫିଲ୍ମଟି ୪ର୍ଥ ଦିନରେ ୪-୫ କୋଟି ରୋଜଗାର କରିଥିବା ବେଳେ ପଞ୍ଚମ ଦିନରେ ୪.୪୦ କୋଟି ରୋଜଗାର କରିଛି ।
Comments are closed.