ସମ୍ବଲପୁର : ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ପୁର୍ନବି ବଢ଼ିଲା ଇଣ୍ଟରନେଟ କଟକଣା I ଆଗାମୀ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ ରଖିବାକୁ ଘୋଷଣା କରାଯାଇଛି I ସାରା ଜିଲ୍ଲାରେ ୨୨ ତାରିଖ ସକାଳ ୧୦ଟା ଯାଏ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରହିବ। ହେଲେ ଲିଜ୍‌ ଲାଇନ୍‌ ଓ ବ୍ରଡ ବ୍ୟାଣ୍ଡ ସେବା ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଖୋଲା ରହିବ। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋସିଆଲ୍‌ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଏହାକୁ ମିଶାଇ ଲଗାତାର ୮ ଦିନ ଏଠାରେ ବନ୍ଦ ରହିବ ଇଣ୍ଟରନେଟ୍‌ ସେବା ।

ସହରରେ ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣା ଗଣ୍ଡଗୋଳ ପରେ ସ୍ଥିତି ସୁଧୁରିଛି I ବାଇକ ରାଲି ସମୟରେ ପଥରମାଦ ଘଟଣାରେ ମୁତୟନ ଥିବା ୨ ଜଣ ଥାନା ଅଧିକାରୀଙ୍କ ସମେତ ପ୍ରାୟ ୧୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଉତ୍ତେଜିତ ଲୋକେ ଦୋକାନ ଜାଳିବା ସହ କାର୍ ଏବଂ ବାଇକ ଭାଙ୍ଗି ଦେଇଥିଲେ। ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହେବ ସହିତ କର୍ଫ୍ୟୁ ଘୋଷଣା ହୋଇଥିଲା I ତେବେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସିବାରୁ କୋହଳ ହୋଇଛି କର୍ଫ୍ୟୁ । ଦିନରେ କଟକଣା ହଟିଥିବାବେଳେ ଜୀବନ ଯାତ୍ରା ସ୍ୱାଭାବିକ ଚାଲିଛି। ସହରର ସମସ୍ତ ଦୋକାନ ବଜାର ଖୋଲା ରହିଛି। କିନ୍ତୁ ନାଇଟ୍‌ କର୍ଫ୍ୟୁ ଜାରି ରହିଛି।

ସହରରେ କିପରି ସଂପୂର୍ଣ୍ଣ ଶାନ୍ତି ଫେରିବା ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ଆଜି ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ବସିବ। ବୈଠକରେ ଯୋଗଦେବେ ସହରର ବିଭିନ୍ନ ବର୍ଗର ଲୋକ। ଜିଲ୍ଲାପାଳ ଓ ଏସପି ମଧ୍ୟ ଉପସ୍ଥିତ ରହି ଆଲୋଚନା କରିବେ। ଦୀର୍ଘ ୧ ସପ୍ତାହ ଧରି ସହରରେ ଲାଗିରହିଥିବା ଅଚଳାବସ୍ଥା ଦୂର ଓ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି ।

Launching Ceremony of “AYUSHMAN BHARAT

Comments are closed.