ସମର୍ଥ ଅଗ୍ରୱାଲ ହତ୍ୟାକାଣ୍ଡ ମାମଲା , ଜେଲ ଭିତରେ ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡା : ବହୁଚର୍ଚ୍ଚିତ ନାବାଳକ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାକାଣ୍ଡ ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି I ଏମାନଙ୍କ ମଧ୍ୟରୁ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ଜେଲ ଭିତରେ ଥାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି I ଦୁଇ ଅଭିଯୁକ୍ତଙ୍କର ଗତକାଲି ରିମାଣ୍ଡ ଅବଧି ଶେଷ ହୋଇଥିଲା ବେଳେ ଆଜି ତାକୁ କୋର୍ଟରେ ହାଜର କରାଯାଇଥାନ୍ତା । କିନ୍ତୁ ଏହା ପୂର୍ବରୁ ସେ ଜେଲ ବାଥରୁମ ଭିତରେ କାଚ ଝରକା ଭାଙ୍ଗି ନିଜ ହାତ ଓ ବେକ କାଟିବାକୁ ଉଦ୍ୟମ କରିଥିଲେ I ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ତାକୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାର ଚିକିତ୍ସା କରାଯାଇଥିଲା । ତେବେ ଠିକ ସମୟରେ କାର୍ଯ୍ୟରତ ପୁଲିସ କର୍ମୀ ଘଟଣା ସଂପର୍କରେ ଜାଣିପାରିବାରୁ ବଡ଼ ଧରଣର ଅଘଟଣ ବିପଦ ଟଳି ଯାଇଛି।

ସୂଚନାନୁସାରେ ଗତ ମାର୍ଚ୍ଚ ମାସ ୨୭ ତାରିଖରେ ଝାରସୁଗୁଡ଼ା ସରବାହାଲ କ୍ରିଷ୍ଣା ଏନ୍‌କ୍ଲେଭରେ ରହୁଥିବା ବ୍ୟବସାୟୀ ସୁନିତ ଅଗ୍ରୱାଲଙ୍କ ପୁଅ ସମର୍ଥଙ୍କୁ ଅପହରଣ କରାଯାଇଥିଲା। ପରେ ସମର୍ଥଙ୍କ ମୋବାଇଲରୁ ଫୋନ୍‌ କରି ତାଙ୍କ ବାପାଙ୍କୁ ୫୦ ଲକ୍ଷ ଟଙ୍କା ମୁଣ୍ଡଜାମିନ୍‌ ମାଗିଥିଲା। ପରଦିନ ସକାଳୁ ସମର୍ଥଙ୍କ ଦରପୋଡ଼ା ଶବ ବରଗଡ଼ ଜିଲ୍ଲା ଭେଡେନ୍‌ ଥାନା ଉଦେପୁର- ବଇପୁର ନିକଟରୁ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ଦୁଇ ଅଭିଯୁକ୍ତ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲ ଙ୍କୁ ପୋଲିସ ୩ ଦିନିଆ ରିମାଣ୍ଡରେ ନେଇଥିଲେ I ତାଜି ତାଙ୍କର ରିମାଣ୍ଡ ଅବଧି ସରିଥିବା ବେଳେ କୋର୍ଟରେ ହାଜର ପୂର୍ବରୁ ଅମିତ ଶର୍ମା ଆତ୍ମହତ୍ୟା ଉଦ୍ୟମ କରିଥିଲା । ମାତ୍ର ଅମିତ ବିଶେଷ ଗୁରୁତର ନଥିବାରୁ ପ୍ରାଥମିକ ଚିକିତ୍ସା ପରେ ଝାରସୁଗୁଡ଼ା ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି

Launching Ceremony of “AYUSHMAN BHARAT

Comments are closed.