ଦିଲ୍ଲୀ: ୨୯/୩: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ସର୍ବଦା ନିଆରା କାହାଣୀ ଥିବା ଚଳଚ୍ଚିତ୍ରରେ କାମ କରିଥାନ୍ତି । ଏହି ଅଭିନେତ୍ରୀ ବର୍ତ୍ତମାନ ‘ଶକୁନ୍ତଲମ’ ଫିଲ୍ମ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଯେଉଁଥିରେ ତାଙ୍କୁ ଦର୍ଶକ ରାଣୀ ଶକୁନ୍ତଳାଙ୍କ ଭୂମିକାରେ ଦେଖିବାକୁ ପାଇବେ । ଇତିମଧ୍ୟରେ ଉକ୍ତ ଫିଲ୍ମର ଫଟୋ ମଧ୍ୟ ବେଶ୍ ଭାଇରାଲ ହେବାରେ ଲାଗିଛି । ଅଭିନେତ୍ରୀ ସାମନ୍ଥା ତାଙ୍କ ୧୩ ବର୍ଷର କ୍ୟାରିଅରରେ ଏକରୁ ଅଧିକ ଚଳଚ୍ଚିତ୍ର ପରିବେଷଣ କରିଛନ୍ତି ।

ଆଜି ସାମନ୍ତ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ହୋଇପାରିଛନ୍ତି । ତଥାପି ପେମେଣ୍ଟକୁ ନେଇ ସେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି । ଜଣେ ମୁଖ୍ୟ ନାୟିକା ଚରିତ୍ରରେ ଥାଇ ଓ ନାୟକଙ୍କ ଭଳି ସମାନ ପରିଶ୍ରମ କଲେ ମଧ୍ୟ ଅଭିନେତ୍ରୀମାନଙ୍କୁ ପେମେଣ୍ଟ କମ୍ ମିଳିଥାଏ ବୋଲି ସେ କହିଛନ୍ତି । ଏକ ସାକ୍ଷାତକାରରେ ସାମନ୍ଥା ତାଙ୍କ ଆଗାମୀ ଚଳଚ୍ଚିତ୍ର ସମେତ ଅନେକ ବିଷୟରେ କହିଥିଲେ ।

ସେ କହିଛନ୍ତି, ମୁଁ ସମାନ ଦରମା ପାଇବା ବିଷୟରେ କହୁ ନାହିଁ । କି;ୁ ମୁଁ କଠିନ ପରିଶ୍ରମ ଏବଂ ସଫଳତା ମଧ୍ୟରେ ବାୟୋ-ପ୍ରଡକଫ ହେବାକୁ ଚାହୁଁଛି । ଅର୍ଥାତ୍ ମୁଁ ଚାହେଁ ଲୋକମାନେ ମୋ ପାଖକୁ ଆସ;ୁ ଏବଂ କୁହ;ୁ ଆମେ ଆପଣଙ୍କୁ ଏତିକି ପେମେଣ୍ଟ ଦେଇ ଫିଲ୍ମରେ ନେବାକୁ ଚାହୁଁଛୁ । ଏଥିପାଇଁ ମୋତେ ତାଙ୍କୁ ଭିକ ମାଗିବାକୁ ପଡିବ ନାହିଁ । ପେମେଣ୍ଟ ବଢ଼ାଇବା ପାଇଁ ବିନତୀ କରିବାକୁ ପଡ଼ିବ ନାହିଁ । ଉକ୍ତ ସାକ୍ଷାତକାରରେ ସାମନ୍ଥ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ଏକ ରୋଗ ସହ ଲଢ଼ିବା ପରେ ମଧ୍ୟ ସେ କାମକୁ ଫେରିବାକୁ ଚାହୁଁଥିଲେ । କଷ୍ଟ ହୋଇଥିଲେ ମଧ୍ୟ ସେ ନିଜ କାମକୁ ଫେରିବାକୁ ସ୍ଥିର କରିଥିଲେ । ତଥାପି, ଏହା ସହଜ ନଥିଲା । ଏଥିପାଇଁ ସେ ସମସ୍ତ ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କୁ ଧନ୍ୟବାଦ ଦେଇଥିଲେ,ଯେଉଁମାନେ ତାଙ୍କ ଉପରେ ବିଶ୍ୱାସ ହରାଇ ନାହାଁନ୍ତି ।

ଉଲ୍ଲେଖନୀୟ ଯେ, ଗୁନାସେକଙ୍କ ନିର୍ଦ୍ଦେଶିତ ଫିଲ୍ମ ଶକୁନ୍ତଲମରେ ଅଭିନେତା ଦେବ ମୋହନଙ୍କ ସହ ସାମନ୍ଥା ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ର ତାମିଲ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ । ଏହାସହ ସେ ବଲିଉଡ୍ ଅଭିନେତା ବରୁଣ ଧାୱନଙ୍କ ସହ େୱବ୍ ସିରିଜ୍ ‘ସିଟାଡେଲ୍’ରେ ଖୁବ୍ ଶିଘ୍ର ଅଭିୟନ କରିଛନ୍ତି । ଯାହା ତେଲୁଗୁ, ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାରେ ମୁକ୍ତିଲାଭ କରିବ ।

Comments are closed.