ଓଡ଼ିଆରେ ସଚେତନ କଲେ ସଲମାନ

ସମୟ ଲାଇଭ,୨୫/୩: ଓଡ଼ିଶାବାସୀଙ୍କୁ ସଚେତନର ବାର୍ତ୍ତା ଦେଇଛନ୍ତି ଦବଂଗ ସଲମାନ ଖାଁ । ଓଡ଼ିଆ ଭାଷାରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରି ଏକ ଭିଡିଓ ଶରେ କରିଛନ୍ତି ଅଭିନେତା ସଲମାନ । ଏହି ଏକ ଭିଡିଓ ଓଡିଶା ସରକାରଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଶେୟାର କରାଯାଇଛି । ଭିଡିଓରେ ସଲମାନ କହିଛନ୍ତି, ‘ମୋର ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ସଲମାନ୍‌ର ନମସ୍କାର। ନିକଟରେ କିଛିଦିନ ତଳେ ହକି ବିଶ୍ଵକପ୍‌ ପାଇଁ ମୁଁ ଆପଣଙ୍କ ପାଖକୁ ଆସିଥିଲି। ଏଥିପାଇଁ ମୁଁ ଆପଣଙ୍କୁ ଏକ ଅନୁରୋଧ କରିବାକୁ ଚାହୁଁଛି, ଓଡ଼ିଶା ସରକାର ଆପଣଙ୍କୁ ଯେଉଁ ପରାମର୍ଶ ଦେଇଛନ୍ତି ଆପଣ ସେସବୁ ଦୟାକରି ମାନନ୍ତୁ। ଛିଙ୍କ ଆସିଲେ ମୁହଁରେ ରୁମାଲ ଦେଇ ଛିଙ୍କନ୍ତୁ। କାରଣ ଛିଙ୍କିବା ଦ୍ବାରା, ଛୁଇଁବା ଦ୍ବାରା କରୋନା ଭୂତାଣୁ ବ୍ୟାପିଥାଏ। ହାତକୁ ବାରମ୍ବାର ସାବୁନ ଦ୍ବାରା ଧୋଇବା ଉଚିତ। ଅତ୍ୟନ୍ତ ଜରୁରୀ ନ ଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ। ଆପଣ ନିଜର ଯତ୍ନ ନେଲେ ଅନ୍ୟମାନଙ୍କର ବି ଯତ୍ନ ନେଇପାରିବେ। ଏହା ମାତ୍ର କିଛି ଦିନର କଥା। ଆସନ୍ତୁ ସମେସ୍ତ ନିୟମ ମାନି ଚଳିବା ଏବଂ ଏହି ଭୂତାଣୁକୁ ମାରିବା। ମୋ ତରଫରୁ ଆପଣମାନଙ୍କୁ ପ୍ରଚୂର ଭଲପାଇବା ଜଣାଉଛି। କରୋନାକୁ କରନ୍ତୁ ନା’।

Launching Ceremony of “AYUSHMAN BHARAT

Comments are closed.