ଭୁବନେଶ୍ୱର: ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (ଏଆଇଏସ୍ଏସ୍ଇଇ)୨୦୨୩ ପାଇଁ ଅନ୍ଲାଇନ୍ ଆବେଦନ ପ୍ରକି୍ର୍ରୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଚଳିତ ମାସ ୨୧ରୁ ଆରମ୍ଭ ହୋଇ ଆସନ୍ତା ମାସ ୩୦ ନଭେମ୍ବର ଅପରାହ୍ନ ୫ ପର୍ଯ୍ୟନ୍ତ ଚାଲିବ । ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବାକୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନେ https://aissee.nta.nic.in େୱବସାଇଟରେ ଏଆଇଏସ୍ଏସ୍ଇଇ ୨୦୨୩ ପାଇଁ ଆବେଦନ କରିପାରିବେ । ଏଥିରେ ପୁଅଙ୍କ ପାଇଁ ୧୦୩ଟି ସିଟ୍ ଏବଂ ଝିଅଙ୍କ ପାଇଁ ୧୨ଟି ଲେଖାଏଁ ସିଟ୍ ରହିଛି ।
ଆସନ୍ତା ବର୍ଷ ଜାନୁଆରୀ ୮ ତାରିଖରେ ଆଇଏସ୍ଏସ୍ଇଇ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ୩ଲକ୍ଷ ଟଙ୍କାରୁ କମ୍ ବାର୍ଷିକ ଆୟ ଥିବା ପରିବାର ଛାତ୍ରଛତା୍ରୀଙ୍କୁ ସୈନିକ ସ୍କୁଲରେ ପାଠପଢ଼ା ନିମନ୍ତେ ଟୁ୍ୟସନ୍ ଫି’ ବାବଦରେ ସହାୟତା ଯୋଗାଇ ଦେବା ଲାଗି ଓଡ଼ିଶା ସରକାର ଏକ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିଛନ୍ତି ।
ସେହିପରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ପ୍ରତିରକ୍ଷା ଓ ସା ଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ଦିନକୁ ୭୫ ଲେଖାଏଁ ୨୯୫ଟି କାର୍ଯ୍ୟ ଦିବସ ପାଇଁ ବର୍ଷକୁ ୨୨, ୧୨୫ ଟଙ୍କା ଯୋଗାଇ ଦିଆଯିବ ।

Comments are closed.