ପୁଣି ଏକାଠି ନଜର ଆସିବେ ଶାହାରୁଖ୍‌ ଦୀପିକା

ନୂଆଦିଲ୍ଲୀ: ଜୁନ ୨୩: ଦୀପିକା ପାଦୁକୋନ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ଏହା ପୂର୍ବରୁ ଶାହାରୁଖ ଓ ଦୀପିକା ଏକା ସହିତ ଓମ ଶାନ୍ତି ଓମରୁ ବହୁ ପ୍ରଶଂସା ସାଉଁଟିଥିଲେ । ଏବେ ପୁଣି ଥରେ ଦୀପିକା ପାଦୁକୋନ ଏବଂ ଶାହାରୁଖ ଖାନ ବଡ଼ ପରଦାରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି । ତେବେ ଫିଲ୍ମ ପଠାନ ପୂର୍ବରୁ କୁହାଯାଉଛି କି ଦୀପିକାଙ୍କୁ ଶାହରୁଖ ଖାନ ଏବଂ ନୟନତାରାଙ୍କ ସହ ଜୱାନରେ ମଧ୍ୟ ଦେଖିବାକୁ ମିଳିବ । ରିପୋର୍ଟ ଅନୁଯାୟୀ ଶାହରୁଖ ଖାନ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏଟଲି କୁମାର ଦୀପିକାଙ୍କୁ ଫିଲ୍ମର ଏକ ଅଂଶ ବୋଲି ନିଶ୍ଚିତ କରିଛନ୍ତି । ଦୀପିକା ଏହି ଚଳଚ୍ଚିତ୍ରରେ ଏକ ଛୋଟ କି;ୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ରାଜି ହୋଇଛନ୍ତି, କି;ୁ ସେ ଏପର୍ଯ୍ୟନ୍ତ ଏହାକୁ ଅଫିସିଆଲି ଭାବେ ନିଶ୍ଚିତ କରିନାହାଁନ୍ତି । କୁହାଯାଉଛି ଯେ ଶାହରୁଖ ଏବଂ ଏଟଲି ହାଇଦ୍ରାବାଦରେ ଦୀପିକାଙ୍କୁ ଭେଟିଥିଲେ, ଯେଉଁଠାରେ ସେ ସୁପରଷ୍ଟାର ପ୍ରଭାସଙ୍କ ସହ ଫିଲ୍ମ ପ୍ରୋଜେକଫ ରେ ସୁଟିଂ କରୁଥିଲେ । ଏହା ମଧ୍ୟ କୁହାଯାଉଛି ଯେ ଦୀପିକା ପାଦୁକୋନଙ୍କୁ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରରେ କ୍ୟାମୋ ଭୂମିକାରେ ଦେଖିବାକୁ ମିଳିବ । ପ୍ରଶଂସକମାନେ ଫିଲ୍ମର ଟ୍ରେଲରରେ ଦୀପିକାଙ୍କ ଲୁକ ମଧ୍ୟ ଦେଖିଛନ୍ତି । ତେବେ ପୁଣି ଏକ ସୁପରହିଟ ଯୋଡିକୁ ପରଦାରେ ଦେଖିବା ପାଇଁ ଫ୍ୟାନମାନେ ବେଶ ଉତ୍ସାହିତ ଅଛନ୍ତି ।

Govt

Comments are closed.