ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୃତ ସହଦେଵ ନାୟକଙ୍କ ପରିବାର

ଭୁବନେଶ୍ୱର:ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୃତ ସହଦେଵ ନାୟକଙ୍କ ପରିବାର। ହତ୍ୟାର ଶିକାର ହୋଇଥିବା ସହଦେଵ ନାୟକଙ୍କ ବିଧବା ପତ୍ନୀ ଓ ଦୁଇ ଝିଅ ଆଜି ସନ୍ଧ୍ୟା ରେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ନବୀନ ପଟନାୟକଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ନୃଶଂସ ହତ୍ୟା ରେ ସମ୍ପୃକ୍ତ ସମସ୍ତଙ୍କୁ କଠୋର ଶାସ୍ତି ଦାବୀ ଜଣାଇଥିଲେ।
ନବୀନ ସ୍ବର୍ଗତ ସହଦେଵ ନାୟକଙ୍କ ପତ୍ନୀ ଓ ପିଲା ମାନଙ୍କୁ ସାନ୍ତ୍ୱନା ଦେବା ସହ ଏ ଦାରୁଣ ବିପତ୍ତି ସମୟରେ ସେ ତାଙ୍କ ସହ ଅଛନ୍ତି ଓ ତାଙ୍କୁ ସମସ୍ତ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ.ଏହି ଜଘନ୍ୟ ହତ୍ୟା ଘଟଣାକୁ କଡା ନିନ୍ଦା କରିବା ସହ ତାଙ୍କ ପରିବାର ଙ୍କୁ ଯେପରି ନ୍ୟାୟ ମିଳିବ ସେଥିପାଇଁ ଲଢେଇ କରିବେ ବୋଲି ନବୀନ ପଟ୍ଟନାୟକ କହିଥିଲେ। ଶୁଦ୍ଧି କର୍ମ ପାଇଁ ବିରୋଧୀ ଦଳ ନେତା
ସ୍ବର୍ଗତ ନାୟକଙ୍କ ପରିବାରକୁ ପଚାଶ ହଜାର ଟଙ୍କାର ସହାୟତା ତାଙ୍କ ପତ୍ନୀଙ୍କୁ ପ୍ରଦାନ କରିଥିଲେ।ଏହି ସାକ୍ଷାତ ସମୟରେ BMC mayor ସୁଲୋଚନା ଦାସ ବିଧାୟକ ଅନନ୍ତ ନାରାୟଣ ଜେନା,ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ କର୍ପୋରେଟର ମନେ ଉପସ୍ଥିତ ଥିଲେ।

Launching Ceremony of “AYUSHMAN BHARAT

Comments are closed.