ଏବେ ବିବାହ ସିଜନ୍ ଚାଲିଛି । ଏହି ସିଜନ୍ରେ ଅନେକ କୁଣିଆ ଘରକୁ ଆସିଥାନ୍ତି, କିମ୍ବା ଆପଣମାନେ ବନ୍ଧୁବାନ୍ଧବଙ୍କ ଘରକୁ ଯାଇଥାନ୍ତି ଉତ୍ସବରେ ସାମିଲ ହେବା ପାଇଁ । ତେବେ ଏହି ସମୟରେ ମିଠାର ଚାହିଦା ଅଧିକ ଥାଏ । ବଜାର ମିଠା ଅପେକ୍ଷା ଘର ତିଆରି ମିଠା ସମସ୍ତଙ୍କୁ ପସନ୍ଦ ଆସିବା ସହିତ ବଜେଟ୍କୁ କମ କରେ । ଏଣୁ ସମସ୍ତେ ଚାହାନ୍ତି ଘରୁ କିଛି ମିଠା ବା ପିଠା କରି ବନ୍ଧୁବାନ୍ଧବଙ୍କୁ ପରିଷିବା ପାଇଁ । ତେବେ ଆସନ୍ତୁ ଜାଣିବା ଅତି ସହରେ ହୋଇପାରୁଥିବା ଏକ ସୁସ୍ୱାଦୁ ମିଷ୍ଟାନ ପ୍ରସ୍ତୁତି ବିଷୟରେ-
ଆବଶ୍ୟକୀୟ ସାମଗ୍ରୀ: ସାଗୁ ଦାନା, ଘିଅ, କ୍ଷୀର, ଚିନି, ଡ୍ରାଏଫ୍ରୁଟ୍ସ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ ଲଗାଇ ଏକ ପ୍ୟାନ୍ ବସା;ୁ । ଏହା ସାମାନ୍ୟ ଗରମ ହେବା ପରେ ସେଥିରେ ସାଗୁ ଦାନା ପକାଇ ୧୦ ମିନିଟ୍ ପର୍ଯ୍ୟନ୍ତ ହାଲକା ଫ୍ରାଏ କର;ୁ । ଏହା ଅଳ୍ପ ଭାଜି ହୋଇ ରଙ୍ଗ ପରିବର୍ତ୍ତନ କଲେ ପରେ ଗ୍ୟାସ ବନ୍ଦ କରି ଥଣ୍ଡା କରନ୍ତୁ ।
ପରେ ଏହାକୁ ଗ୍ରାଇଣ୍ଡି କରି ଭଲ ପାଉଡର ପ୍ରସ୍ତୁତ କରି ଦିଅ;ୁ ।
ଏହାପରେ ଏକ ପ୍ୟାନ୍ରେ କ୍ଷୀର ଗରମ କର;ୁ । ଏହାକୁ ଫୁଟିବାକୁ ଛାଡ଼ି ଦିଅ;ୁ । କ୍ଷୀର ଫୁଟି ଫୁଟି ଗାଢା ହୋଇଗଲେ ସେଥିରେ ଚିନି ପକାଇ ଭଲ ଭାବେ ମିଶାଇ ଗ୍ୟାସ୍ ବନ୍ଦ କରି ଦିଅ;ୁ ।
ଏହାପରେ ଆଉ ଏକ ପ୍ୟାନ୍ରେ ଘିଅ ପକାଇ ସେଥିରେ ସାଗୁ ଦାନା ପାଉଡର ପକାଇ ଅଳ୍ପ ଭାଜନ୍ତୁ । ଏହା ହାଲକା ବାଦାମୀ ରଙ୍ଗର ହୋଇଯିବା ପରେ ସେଥିରେ ଗାଢ଼ା ହୋଇଥିବା ଚିନି ମିଶି୍ରତ କ୍ଷୀର ପକାଇ ଭଲ ଭାବେ ଘାଣ୍ଟ;ୁ । ଏହା ଉପରେ ଗୁଜରାତି ଗୁଣ୍ଡ ପକା;ୁ ।
ଏହାପରେ ଏହାକୁ ଏକ ପ୍ଲେଟରେ ବାହାର କରି ଥଣ୍ଡା ହେବାକୁ କିଛି ସମୟ ଛାଡ଼ି ଦିଅ;ୁ । ଏହା ଉପରେ ଡ୍ରାଏଫ୍ରୁଟସ୍ ପକାଇ ସଜାଇ ଦିଅ;ୁ । ଏହାପରେ ନିଜ ଇଚ୍ଛା ମୁତାବକ ପିସ୍ କରି କାଟି ସର୍ଭ କର;ୁ ।
Comments are closed.