ଦିଲ୍ଲୀ : ମାଚ୍ଚ ୩୧: ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେୟି ଲାବ୍ରୋବ୍ ଆଜି ଭାରତ ଗସ୍ତରେ ଆସୁଛନ୍ତି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ସେ ଏପ୍ରିଲ ୧ ତାରିଖରେ ପର୍ଯ୍ୟନ୍ତ ଭାରତରେ ରହିବେ । ଋଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ପରଠାରୁ ରୁଷ୍ର ଭାରତ ସହ ପ୍ରଥମ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଇଛି ।
ତେବେ ସେ ଭାରତ ଆସିବା ପୂର୍ବରୁ ଚୀନ୍ ଗସ୍ତରେ ରହିଥିଲେ । ସେଠାରେ ମଧ୍ୟ ସେ ଦୁଇ ଦିନ ରହିଥିଲେ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷରେ, ଆମେରିକାର ଉପ ଜାତୀୟ ସୁରକ୍ଷା ଉପଦେଷ୍ଟା ଦଲୀପ ସିଂହ ଆଜି ଭାରତ ଗ୍ରସ୍ତରେ ଆସୁଥିଲା ବେଳେ, ବ୍ରିଟେନ୍ ବିଦେଶ ସଚିବ ଲିଜ୍ ଟ୍ରସ୍ ଗତକାଲିଠାରୁ ଭାରତ ଗ୍ରସ୍ତରେ ଅଛନ୍ତି । ଏହା ଏକ ସଂଯୋଗ ମାତ୍ର । ତେବେ ଏହି ଦୁଇ ଅଧିକାରୀଙ୍କ ସହିତ ଋଷ୍ ବିଦେଶ ମନ୍ତ୍ରୀଙ୍କ ସହିତ ଏକ ବଡ଼ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଇଛି ।

Comments are closed.