ନୂଆଦିଲ୍ଲୀ :ମାର୍ଚ୍ଚ ୦୧: ୟୁକ୍ରେନ୍-ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧର ଆଜି ଷଷ୍ଠ ଦିନରେ ଦୁଇ ଦେଶର ବହୁ ସେନାଙ୍କ ସହିତ ସାଧାରଣ ନାଗରିକ ମୃତ ହୋଇଛନ୍ତି । ଏହା ସହିତ ମୃତୁ୍ୟସଂଖ୍ୟା ଦ୍ରୁତ ଗତିରେ ବଢିଚାଲୁଛି । ତେବେ ଯୁଦ୍ଧରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ମୃତୁ୍ୟବରଣ କରିଛନ୍ତି । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଋଷ ସେନାର ବୋମା ମାଡ଼ରେ କର୍ଣ୍ଣାଟକର ଜଣେ ଛାତ୍ର ମୃତୁ୍ୟବରଣ କରିଛନ୍ତି । ମୃତ ଛାତ୍ରର ନାମ ନବୀନ ବୋଲି ଜଣାପଡ଼ିଛି । ଖାରକିଭ୍ ସହରରେ ଏହି ଘଟଣା ହୋଇଛି ।
With profound sorrow we confirm that an Indian student lost his life in shelling in Kharkiv this morning. The Ministry is in touch with his family.
We convey our deepest condolences to the family.
— Arindam Bagchi (@MEAIndia) March 1, 2022
ଅନ୍ୟପକ୍ଷରେ, ୟୁକ୍ରେନ ଓ ରୁଷିଆରେ ଥିବା ଭାରତୀୟ ରାଷ୍ଟ୍ରଦୂତମାନେ ବି ଭାରତୀୟ ଛାତ୍ରଛାତ୍ରୀଙ୍କ ନିରାପଦ ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି । ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନ୍ର ପଡ଼ୋଶୀ ଦେଶ ପୋଲାଣ୍ଡ ଓ ରୁମାନିଆ ଦେଇ ଭାରତ ସରକାର ଉଦ୍ଧାର କରୁଛନ୍ତି । ଏଥିପାଇଁ ଭାରତ ସରକାର ୪ ଜଣ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ହରଦୀପ ପୁରୀ, କିରେନ ରିଜିଜୁ ଓ ଜେନେରାଲ ଭିକେ ସିଂଙ୍କୁ ୟୁକ୍ରେନର କେତେକ ପଡ଼ୋଶୀ ଦେଶ ହଙ୍ଗେରୀ, ସ୍କୋଭାକିଆ, ମାଲଡୋଭା, ରୋମାନିଆ ଓ ପୋଲାଣ୍ଡକୁ ପଠାଇଛନ୍ତି ।

Comments are closed.