ଦୌଡ଼ିଲେ ରହିବେ ଫିଟ୍‍!

ସମୟ ଲାଇଭ୍‍,୧୩/୧୧:  ଆମେ ଦେିନଦିନ ଜୀବନରେ ଫିଟ୍‍ ଓ ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ଦିନ ବ୍ୟାୟାମ କରିଥାଉ। ଯଦି ଆପଣ ବ୍ୟାୟାମ କରୁଛନ୍ତି ତେବେ ଦୌଡିବାକୁ ଭୁଲନ୍ତୁ ନାହିଁ। ପ୍ରତିଦିନ ଦୌଡିବା ଦ୍ୱାରା ବ୍ୟକ୍ତିର ଆୟୁଷ ବୃଦ୍ଧି ହେବା ସହିତ ଆହୁରି ଅନେକ ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା କଣ କଣ ଲାଭ ମିଳିଥାଏ। ଦୌଡିବା ସବୁ ବ୍ୟାୟାମ ଠାରୁ ଉତ୍ତମ ଅଟେ।ପ୍ରତ୍ୟେକ ଦିନ ସକାଳୁ ଏହି ଦୌଡିବା ଅଭ୍ୟାସ ରଖିବା ଉଚିତ।ପ୍ରତିଦିନ ଦୌଡୁଥିବା ଲୋକ ଆଉ ନ ଦୌଡୁଥିବା ଲୋକ ଅଧିକ ଦିନ ଜୀବିତ ରହେ। ୭ ମିନିଟ୍‍ ଦୌଡିବା ଦ୍ୱାରା ହୃଦୟ ଜନିତ ବେମାରୀର ସମସ୍ୟା ଖୁବ୍‍ କମ୍‍ ଥାଏ।ସକାଳୁ ଉଠି ଦୌଡିବା ଲୋକର ସହନ ଶକ୍ତି ବଢିଥାଏ ଏବଂ ଛୋଟ ଛୋଟ ସମସ୍ୟାର ସମାଧାନ ଖୁବ୍‍ ଶୀଘ୍ର କରିପାରନ୍ତି।ଆପଣ ଯଦି ନିଜର ଓଜନ କମାଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ସକାଳୁ ଉଠି ଦୌଡନ୍ତୁ।ଓଜନ କମିବାର ସବୁଠୁ ବଢିଆ ଉପାୟ ଦୌଡିବାକୁ ମାନନ୍ତି।୧ ଘଣ୍ଡା ଦୌଡିବା ଦ୍ୱାରା ୭୦୫ ରୁ ୮୬୫ କ୍ୟାଲୋରୀ ବଢିଥାଏ।ଏଭଳି କରିବା ଦ୍ୱାରା ଚର୍ବି କମିବା ସହିତ ଶରୀର ସୁନ୍ଦର ଦେଖାଯାଇଥାଏ।ଅନେକ ସମୟରେ ଆମମାନଙ୍କ ମନରେ ଅନେକ ବେକାର ଚିନ୍ତା ଧାରା ଆସିଥାଏ।ଏହି ସବୁ ବେକାର ଚିନ୍ତା ଧାରା ମନକୁ ବିଚଳିତ କରିଦିଏ।ସକାଳୁ ଦୌଡିବା ଦ୍ୱାରା ଏହି ସମସ୍ୟା ଉପୁଜି ନଥାଏ।ଦୌଡିବା ସମୟରେ ଶରୀରରେ ଏନ୍‍ଡ୍ରଫକ୍‍ ନାମକ ରାସାୟନିକ ଉତ୍ପନ୍ନ ହୋଇଥାଏ।ଏହା ଦ୍ୱାରା ମାନସିକ ସୁସ୍ଥ ମିଳିଥାଏ ଏବଂ ଖୁସି ଅନୁଭୂତି ହୋଇଥାଏ।ଭୟ ଓ କ୍ରୋଧ ମଧ୍ୟ ଦୂର ହୋଇଥାଏ।ଯେଉଁ ଲୋକମାନେ ଉଚ୍ଚ ରକ୍ତଚାପ ଆଉ ଶ୍ୱାସ ରୋଗର ସମ୍ମୁଖୀନ ହେଉଛନ୍ତି ସେମାନେ ମଧ୍ୟ ସକାଳୁ ଧୀରେ ଧୀରେ ଦୌଡିବା ଦରକାର।ଦୌଡିବା ଦ୍ୱାରା ଶ୍ୱାସ ରୋଗୀକୁ ଲାଭ ମିଳିବ ଓ ଶ୍ୱସନ ପ୍ରକ୍ରିୟାକୁ ଆରାମ ମିଳିଥାଏ।ଦୌଡିବା ଦ୍ୱାରା ଧମନୀର ମଧ୍ୟ ବ୍ୟାୟାମ ହୋଇଥାଏ।ସେଥିପାଇଁ ରକ୍ତ ଚାପ ନିୟନ୍ତ୍ରିତ ହେବା ସହିତ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ।

Launching Ceremony of “AYUSHMAN BHARAT

Comments are closed.