ଜାତିସଂଘର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତି ପାଇବେ ଆଇଏଏସ୍‌ ରୁଚିରା କାମ୍ବୋଜ

ଦିଲ୍ଲୀ: ଜୁନ୍‌ ୨୨: ନୁ୍ୟୟର୍କ ସ୍ଥିତ ଜାତିସଂଘରେ ଖୁବ୍‌ ଶିଘ୍ର ସ୍ଥାୟୀ ଭାବେ ନିଯୁକ୍ତି ପାଇବେ ଆଇଏଏସ୍‌ ଅଫିସର୍‌ ରୁଚିରା କାମ୍ବୋଜ । ଏନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଛି । ରୁଚିରା ଏବେ ଭୁଟାନରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଛନ୍ତି । ସେ ହେଉଛନ୍ତି ଜାତିସଂଘର ବର୍ତ୍ତମାନର ସ୍ଥାୟୀ ପ୍ରତିନିଧି ଥିବା ଟି.ଏସ.ତିରୁମୂର୍ତ୍ତିଙ୍କ ଉତ୍ତରାଧିକାରୀ ।

ତେବେ ପୂର୍ବରୁ ସେ ୨୦୦୨-୦୫ରୁ ନ୍ୟୁୟର୍କରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ମିଶନରେ ପରାମର୍ଶଦାତା ରହିଥିଲେ । ଯେଉଁଠାରେ ସେ ଜାତିସଂଘର ଶାନ୍ତି ରକ୍ଷା, ଜାତିସଂଘ ସୁରକ୍ଷା ପରିଷଦ ସଂସ୍କାର, ମଧ୍ୟ ପୂର୍ବର ସଙ୍କଟ ସମେତ ବିଭିନ୍ନ ରାଜନୈତିକ ପ୍ରସଙ୍ଗର ମୁକାବିଲା କରିଥିଲେ ।

ରୁଚିରା କାମ୍ବୋଜ ହେଉଛନ୍ତି ୧୯୮୭ ଆଇଏଏସ୍‌ ବ୍ୟାଚର ସର୍ବଭାରତୀୟ ମହିଳା ଟªର । ଏହାଛଡ଼ା ସେ ୧୯୮୭ ଆଇଏଫଏସ (ବୈଦେଶିକ ସେବା) ପରୀକ୍ଷାରେ ମଧ୍ୟ ଟªର ହୋଇଥିଲେ ।ଳ ଫ୍ରାନ୍‌ସରେ ଥିବା ଭାରତୀୟ ଦୂତାବାସରେ ତୃତୀୟ ସଚିବ ଭାବେ ୧୯୮୯-୯୧ରେ ନିଯୁକ୍ତି ପାଇବା ପରେ ତାଙ୍କ କୂଟନୈତିକ ଯାତ୍ରା ଆରମ୍ଭ ହୋଇଥିଲା । ତାଙ୍କ କ୍ୟାରିଅର୍‌ ସମୟରେ ସେ ପ୍ୟାରିସରେ ୟୁନେସ୍କୋରେ ଭାରତର ସ୍ଥାୟୀ ପ୍ରତିନିଧୀ, ଦକ୍ଷିଣ ଆଫ୍ରିକାର ଭାରତୀୟ ହାଇ କମିଶନର୍‌ ଏବଂ ନୂଆଦିଲ୍ଲୀରେ ପ୍ରୋଟୋକଲ୍‌ ମୁଖ୍ୟ ରହିଆସିଛନ୍ତି ।

Govt

Comments are closed.