ପୋର୍ଟ ସୁଦାନ: ସୁଦାନ ଉତ୍ତର ଦାର୍ଫୁରର ଅଲ-ଫାସୁରରେ ଗୃହଯୁଦ୍ଧ ଲାଗି ରହିଛି। ଶନିବାର ଏଠାରେ ଆରଏସ୍ଏଫ୍ (ରାପିଡ୍ ସର୍ପୋଟ୍ ଫୋର୍ସ) ପକ୍ଷରୁ ଏକ ଥଇଥାନ ଶିବିର ଉପରେ ଡ୍ରୋନ ଏବଂ ତୋପରେ ଆକ୍ରମଣ ହୋଇଥିଲା। ଏଥିରେ ୬୦ ଜଣଙ୍କର ମୃତ୍ୟୁ ହୋଇଛି। ଏକ ବିଶ୍ବବିଦ୍ୟାଳୟ ପରିସରରେ ଥିବା ହାର୍-ଅଲ ଆରକମ୍ ଥଇଥାନ ଶିବିର ଉପରେ ଏହି ଆକ୍ରମଣ ହୋଇଥିଲା। ମୃତକଙ୍କ ମଧ୍ୟରେ ଶିଶୁ, ମହିଳା ଏବଂ ବୟସ୍କ ଲୋକ ଅଛନ୍ତି। ଆକ୍ରମଣରେ କେତେଜଣ ପୂରାପୂରି ଜଳି ଯାଇଛନ୍ତି। ଅଲ-ଫାସୁରରେ ଗଣହତ୍ୟା ହେଉଥିବାବେଳେ ସାରା ବିଶ୍ବ ଏନେଇ ନିରବ ରହିଛି ବୋଲି ରେଜିଷ୍ଟାନ୍ସ କମିଟି ପକ୍ଷରୁ କୁହାଯାଇଛି। ଆକ୍ରମଣରେ ୨ଟି ଡ୍ରୋନ ଓ ୮ଟି ତୋପ ବ୍ୟବହାର ହୋଇଥିଲା। ରେଜିଷ୍ଟାନ୍ସ କିମିଟି ସଂଘର୍ଷରତ ଏହି ଅଞ୍ଚଳରେ ଲୋକଙ୍କୁ ସହାୟତା ଯୋଗାଇ ଆସୁଛି। ଏପ୍ରିଲ ୨୦୨୩ରୁ ଅର୍ଦ୍ଧ ସାମରିକ ବଳ ଆର୍ଏସ୍ଏଫ୍ ଓ ସେନା ମଧ୍ୟରେ ସଂଘର୍ଷରେ ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଲକ୍ଷାଧିକ ଲୋକ ବିସ୍ଥାପିତ ହୋଇଥିବାବେଳେ ୨୫ ନିୟୁତ ଲୋକ ଅନାହାରରେ ରହିଛନ୍ତି।
