ଅନଲାଇନରେ ୪୧ ଲକ୍ଷ ଟଙ୍କା ଲୁଟ୍‌ , ୩ ସାଇବର ଲୁଟେରା ଗିରଫ

ରାଉରକେଲା : ଏକ ଘରୋଇ ହସ୍ପିଟାଲ ଆକାଉଣ୍ଟରୁ ଅନ୍‌ଲାଇନରେ ୪୧ ଲକ୍ଷ ଟଙ୍କା ଲୁଟ ହୋଇଥିଲା । ଏହି ଅଭିଯୋଗ ପରେ ସାଇବର ପୋଲିସ ସଜାଗ ହୋଇଉଠିଛି । ଉକ୍ତ ଘଟଣାରେ ରାଉରକେଲା ସାଇବର ପୋଲିସ ୩ ଜଣ ସାଇବର ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୁଶାନ୍ତ ବାରିକ, ଶିବ କୁମାର ଝା, ମାନସ ରଞ୍ଜନ ଖୁଣ୍ଟିଆ । ସୁଶାନ୍ତ ସହ ଶିବ କୁମାରର ଘର ଗୋପବନ୍ଧୁପାଲି ହୋଇଥିବା ବେଳେ ମାନସର ଘର ଉଦିତ ନଗର ଅଞ୍ଚଳରେ । ଗିରଫ ତିନି ଜଣଙ୍କଠାରୁ ନଗଦ ଏକ ଲକ୍ଷ ପାଞ୍ଚ ହଜାର, ତିନୋଟି ମୋବାଇଲ ସହ ସୁନା ଅଳଙ୍କାର ପୋଲିସ ଜବତ କରିଛି ।

ତେବେ ଏହି ଘଟଣାରେ ଆଉ କେଉଁମାନେ ସାମିଲ ଅଛନ୍ତି ଓ ଅନ୍ୟ କେଉଁ ବଡ଼ ସାଇବର ଗ୍ୟାଙ୍ଗର ହାତ ଅଛି କି ନାହିଁ, ସେ ନେଇ ପୋଲିସ ଅଧିକ ତଦନ୍ତ କରୁଛି ।

Comments are closed.