ବ୍ୟାଙ୍କରୁ ୧୧ କୋଟି ଟଙ୍କାର କଏନ୍‌ ଗାଏବ ଘଟଣାରେ ୨୫ଟି ସ୍ଥାନରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ: ରାଜସ୍ଥାନର କରୌଲି ସ୍ଥିତି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ଷ୍ଟ୍ରଙ୍ଗରୁମରୁ ୧୧ କୋଟି ଟଙ୍କାର କଏନ୍‌ ଗାଏବ ହେବା ଘଟଣାରେ ଧରପଗଡ଼ ଆରମ୍ଭ କରିଛି ସିବିଆଇ । ଆଜି ସିବିଆଇ ଏହି ଘଟଣାରେ ୨୫ଟି ସ୍ଥାନରେ ଏକକାଳୀନ ରେଡ୍‌ କରିଛି । ଏଥିସହ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ କରିଛି ।

କଏନ୍‌ ଗାଏବ ଘଟଣା ତଦନ୍ତ ସିବିଆଇ ଦ୍ୱାରା କରିବାକୁ ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଚଳିତ ବର୍ଷ ଏପ୍ରିଲ ୧୩ରେ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

 ବ୍ୟାଙ୍କରୁ ୧୧ କୋଟି ଟଙ୍କାର କଏନ୍‌ ଗାଏବ ଘଟଣାରେ ୨୫ଟି ସ୍ଥାନରେ ସିବିଆଇ ରେଡ୍‌

ଏହିକ୍ରମରେ ଆଜି ସିବିଆଇର ଏକାଧିକ ଟିମ୍‌ ଦିଲ୍ଲୀ, ଜୟପୁର, ଦଉସା, କରୌଲି, ସୱାଇ ମାଧୋପୁର, ଅଲୱାର, ଉଦୟପୁର ଓ ଭିଲୱାରାର ୨୫ଟି ସ୍ଥାନରେ ରେଡ୍‌ କରିଥିଲେ । ୧୫ ଜଣ ପୂର୍ବତନ ବ୍ୟାଙ୍କ କର୍ମଚାରୀ ଓ ବ୍ୟାଙ୍କ ସହ ଜଡ଼ିତ ଲୋକଙ୍କ ଠିକଣାରେ ଏହି ରେଡ୍‌ କରାଯାଇଛି । ଏହି ସମୟରେ ଘଟଣା ସହ ଲିଙ୍କ୍‌ ରହିଥିବା ଏକାଧିକ ଦସ୍ତାବିଜ ଜବତ କରାଯାଇଥିବା ଜଣାପଡ଼ିଛି ।

 ବ୍ୟାଙ୍କରୁ ୧୧ କୋଟି ଟଙ୍କାର କଏନ୍‌ ଗାଏବ ଘଟଣାରେ ୨୫ଟି ସ୍ଥାନରେ ସିବିଆଇ ରେଡ୍‌

କଏନ୍‌ ଗାଏବ ହେବା ପରେ ଏସ୍‌ବିଆଇ ପକ୍ଷରୁ ସିବିଆଇ ତଦନ୍ତ ଦାବି କରି ରାଜସ୍ଥାନ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଗାଏବ କଏନର ମୂଲ୍ୟ ୩ କୋଟିରୁ ଅଧିକ ହୋଇଥିବାରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନିୟମ ଅନୁସାରେ ତଦନ୍ତ କରିବା କଥା । ଏହାକୁ ଆଧାର କରି ଏସ୍ୱିଆଇ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲା ।

ହାଇକୋର୍ଟ ମଧ୍ୟ ଏହି ଆବେଦନକୁ ଗ୍ରହଣ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରାଜସ୍ଥାନ ପୁଲିସ୍‌ ରୁଜୁ କରିଥିବା ଏଫଆଇଆରକୁ ସିବିଆଇ ନିଜ ପାଖକୁ ସ୍ଥାନାନ୍ତର କରି ମାମଲା କରିଥିଲା । ଏଥିସହ ଘଟଣାର ଛାନଭିନ ଆରମ୍ଭ କରିଥିଲା ।

Launching Ceremony of “AYUSHMAN BHARAT

Comments are closed.