ରାମଚରଣ ଖୁସି ହୋଇ ବାଣ୍ଟିଲେ ସୁନା

ମୁମ୍ୱାଇ: ଅପ୍ରେଲ୦୫: ବକ୍ସ ଅଫିସରେ ଧୂଆଁଧାର କଲେକ୍ସନ କରିଛି ଫିଲ୍ମ ଆରଆରଆର। ଏହି ଚଳଚ୍ଚିତ୍ରଟି ୧୦ ଦିନରେ ୧୦୦୦ କୋଟିରୁ ଅଧିକ ବିଜନେସ୍‌ କରିଛି ।ତେବେ ଫିଲ୍ମର ଲିଡ ରୋଲରେ ଥିବା ସାଉଥ ସୁପରଷ୍ଟାର ରାମ ଚରଣ ଏବଂ ଏନଟିଆରଙ୍କ ଜୋରଦାର ପ୍ରଶଂସା କରାଯାଉଛି । ଚଳଚ୍ଚିତ୍ରର ସଫଳତା ପରେ ରାମଚରଣ ବହୁତ ଖୁସି ଅଛନ୍ତି । ଏହି ଖୁସିରେ ସେ ଦଳର ଅନେକ ସଦସ୍ୟଙ୍କୁ ସୁନା ମୁଦ୍ରା ଉପହାର ଦେଇଛନ୍ତି । ରିପୋର୍ଟ ଅନୁଯାୟୀ ରାମ ଚରଣ ଫିଲ୍ମର ଟେକ୍ନିସିଆନ୍‌ ମାନଙ୍କୁ ୧୦-୧୦ ଗ୍ରାମର ସୁନାମୁଦ୍ରା ଉପହାର ସ୍ୱରୂପ ଦେଇଛନ୍ତି । ରାଜାମୌଲି ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ କାମ କରୁଥିବା ପ୍ରାୟ ୩୫ଜଣ ଟେକ୍ନିସିଆନଙ୍କୁ ଏହି ଉପହାର ମିଳିଛି। ଉପହାର ଗ୍ରହଣକାରୀଙ୍କ ମଧ୍ୟରେ ଚଳଚ୍ଚିତ୍ରର ପ୍ରଡତ୍ସନ୍‌ ବିଭାଗର ବିଭିନ୍ନ ମୁଖ୍ୟ ଯେପରିକି କ୍ୟାମେରା ଆସିଷ୍ଟାଣ୍ଟ, ପ୍ରଡକ୍ସନ୍ ମ୍ୟାନେଜର, ଆକାଉଣ୍ଟାଣ୍ଟ, ଷ୍ଟେସନାରୀ ଫଟୋଗ୍ରାଫର, ନିର୍ଦ୍ଦେଶନା ବିଭାଗ ଏବଂ ଅନ୍ୟାନ୍ୟ ବିଭାଗ ଅନ୍ତର୍ଭୁକ୍ତ ।

Govt

Comments are closed.