ସିବିଆଇ ଜାଲରେ ଆରପିଏଫ ହାବିଲଦାର

0

ରାଉରକେଲା :ସିବିଆଇ ଜାଲରେ ଆର୍‌ପିଏଫ୍ ହାବିଲଦାର। ୧୫ ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧମୁଣ୍ଡା ଆରପିଏଫ୍ ହାବିଲଦାର ମହମ୍ମଦ ଇଜହାର୍‌ କାବୁ ସିବିଆଇ ହାତରେ ଧରାପଡିଛନ୍ତି। ଜରି, ବୋତଲ ଗୋଟାଳି ମହିଳାଙ୍କ ଠାରୁ ଲାଞ୍ଚ ନେଲା ବେଳେ ସିବିଆଇ ଧରିଛି । ତେବେ ଗିରଫ ହେବା ପରେ ମହମ୍ମଦ ଇଜହାର୍‌ ସିବିଆଇକୁ ବୟାନ ଦେଇଛନ୍ତି ଯେ ସିଏ ବନ୍ଧମୁଣ୍ଡା ଆରପିଏଫ ଇନ୍ସପେକ୍ଟର ଅରୁଣ ଟୋକାସଙ୍କ କହିବା ଅନୁଯାୟୀ ଏହି ମହିଳା ବେପାରିଙ୍କ ପାଖରୁ ୧୫ ହଜାର ଟଙ୍କା ନେବା ପାଇଁ ଆସିଥିଲେ । ତାଙ୍କ ବୟାନ ଆଧାରରେ ସିବିଆଇ ଇନ୍ସପେକ୍ଟର ଅରୁଣ କୁମାର ଟୋକାସଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସେପଟେ ଏ ନେଇ ସିବିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.