ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଗଲା ପଚା ଅଣ୍ଡା, ଆଳୁ ସାଙ୍ଗକୁ ପୋକା ବାଇଗଣ

ବଲାଙ୍ଗିର : ଶିକ୍ଷା କ୍ଷେତ୍ରରେ ଉନ୍ନତି ସହ ପିଲାମାନଙ୍କୁ ସ୍କୁଲ ମୁହାଁ କରିବା ଲକ୍ଷ୍ୟରେ ସରକାର ଆରମ୍ଭ କରିଛନ୍ତି ମଧ୍ୟାନ୍ନ ଭୋଜନ । ପିଲାଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି । ହେଲେ କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ପିଲାଙ୍କ ଖାଦ୍ୟ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମଧ୍ୟାହ୍ନ ଭୋଜନ ଆଳରେ ପିଲାଙ୍କୁ ଦିଆଯାଉଛି ପଚା ଅଣ୍ଡା ଓ ପାଣିଆ ଡାଲି ଓ ପଚା ଆଳୁ ଓ ପୋକରା ବାଇଗଣ । ବଲାଙ୍ଗିର ଜିଲ୍ଲା ଗାନ୍ଧିନଗରପଡା ପ୍ରାସିଙ୍ଗ୍‌ ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ।

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଗଲା ପଚା ଅଣ୍ଡା, ଆଳୁ ସାଙ୍ଗକୁ ପୋକା ବାଇଗଣ

ଗ୍ରୀଷ୍ମ ପ୍ରବାହ ପାଇଁ ସବୁ ସ୍କୁଲକୁ ସକାଳୁଆ କରିବା ପାଇଁ ଘୋଷଣା କରିଛନ୍ତି ସରକାର । ସକାଳୁଆ ସ୍କୁଲ ହେଲେ ବି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ରହିଛି । ଆଜି ପ୍ରାକଟିସିଙ୍ଗ୍‌ ପ୍ରାଥମିକ ବିଦ୍ୟାଳୟରରେ ପିଲାମାନଙ୍କୁ ମଧ୍ୟାହ@ ଭୋଜନରେ ପଚା ଅଣ୍ଡା, ପାଣିଆ ଡାଲି ଓ ପଚା ଆଳୁ ଓ ପୋକରା ବାଇଗଣ ରୋଷେଇ କରି ଖାଇବାକୁ ଦିଆଯାଇଥିଲା । ପିଲାମାନେ ଖାଇବା ବେଳେ ଅଣ୍ଡା ତରକାରୀରୁ ଗନ୍ଧ ବାହାରିବାରୁ ନ ଖାଇ ପଳାଇ ଆସିଥିଲେ । କେତେକ ପିଲା ପଚା ଅଣ୍ଡା ଖାଇ ମଧ୍ୟ ବାନ୍ତି କରିଥିଲେ । ପରେ ପ୍ରଧ୍ୟାନ ଶିକ୍ଷୟିତ୍ରୀ ପିଲାମାନଙ୍କୁ ବିସ୍କୁଟ କିଣି ଆଣି ଖାଇବାକୁ ଦେଇଥିଲେଛ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏପରି ଖାଦ୍ୟ ରୋଷେଇ କରି ଦିଆଯାଇଥିଲା ।

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଗଲା ପଚା ଅଣ୍ଡା, ଆଳୁ ସାଙ୍ଗକୁ ପୋକା ବାଇଗଣ

ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି, ଖରାପ ଗୁଡ଼ିକ ବାହାର କରି ଦେଇ ଯେଉଁ ଗୁଡ଼ିକ ଭଲ ଥିଲା, ତାକୁ ରୋଷେଇ କରାଯାଇଥିଲା । ପଚା ଅଣ୍ଡା ଅଲଗା ବାହାର କରି ଦିଆଯାଇ ଭଲ ଅଣ୍ଡା ରୋଷେଇ କରାଯାଇଥିଲା । ମସଲା ଓ ଟମାଟୋ କମ୍‌ ପଡ଼ିଥିବାରୁ ପିଲାମାନେ ଖାଇନଥିଲେ । ଏନେଇ ସ୍କୁଲର କମିଟି ମେମ୍ବର ଓ ଅଭିଭାବକଙ୍କୁ ଡକାଇ ଜଣାଇଥିଲି । ମୁଁ ଏନେଇ ସ୍‌୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଡାକି କହିବାରୁ ସେମାନେ ମୋ ସହିତ ଝଗଡ଼ା କରିଥିଲେ । ସ୍କୁଲ କମିଟିର ଜଣେ ସଦସ୍ୟ କହିଛନ୍ତି, ପଚା ଅଣ୍ଡା, ପୋକା ବାଇଗଣ, ପଚା ଆଳୁ ଓ ପାଣିଆ ଡାଲି ରନ୍ଧା ଯାଇଥିବା ମୁଁ ଆସି ଦେଖିଥିଲି ।ଏପରି ଖାଦ୍ୟ କାହିଁକି ରାନ୍ଧି ପିଲାମାନଙ୍କୁ ଦିଆଯାଉଛି ବୋଲି ମୁଁ ପଚାରି ଥିଲି ।

Govt

Comments are closed.