ମ୍ୟାଚ ଅଧାରୁ ହସ୍ପିଟାଲ ପହଁଚିଲେ ରୋହିତ ଶର୍ମା

ଢାକା : ଭାରତ -ବାଂଲାଦେଶ ମ୍ୟାଚ ସମୟରେ ଅଧିନାୟକ ରୋହିତ ଶର୍ମା ଆହତ I ଢ଼ାକାର ମିତ୍ର ପୁର ଠାରେ ଖେଳା ଯାଉଥିବା ୨ୟ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚର ସ୍ଲିପରେ ଫିଲ୍ଡିଂ କରିଥିବା ବେଳେ ରୋହିତ ଗୋଟିଏ କ୍ୟାଚ୍‌ ନେବାକୁ ଚେଷ୍ଟା କରିଥିଲେ। ହେଲେ ବଲଟି ତାଙ୍କ ବାମ ହାତର ବୁଢ଼ା ଅଙ୍ଗୁଳିରେ ଜୋରରେ ମାଡ଼ ହୋଇଥିଲା। ଏଥିରେ ତାଙ୍କ ବୁଢା ଆଙ୍ଗୁଳି ଫାଟି ରକ୍ତ ବୋହୁ ଥିବାର ଦେଖା ଯାଇଥିଲା Iଏଥିଯୋଗୁ ରୋହିତ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ଆଙ୍ଗୁଠିର X -ରେ ପାଇଁ ଢାକା ହସ୍ପିଟାଲ ରେ ଭର୍ତି କରାଯାଇଥିଲା I ବାଂଲାଦେଶ ଇନିଂସର ଦ୍ୱିତୀୟ ଓଭରରେ ପୂରା ଘଟଣା ଘଟିଥିଲା। ମହମ୍ମଦ ସିରାଜ ବୋଲିଂ କରୁଥିବା ବେଳେ ବ୍ୟାଟିଂ କରୁଥିଲେ ଅନମମୁଲ ହକ୍।

ତେବେ ବ୍ୟାଟ୍‌ର ଧାରରେ ବାଜି ବଲ୍‌ଟି ସ୍ଲିପରେ ଫିଲ୍ଡିଂ କରିଥିବା ରୋହିତଙ୍କ ପାଖକୁ ଯାଇଥିଲା। ସେ ବଲକୁ କ୍ୟାଚ୍‌ କରିବା ପାଇଁ ଦୁଇଟି ଯାକ ହାତ ବଢ଼ାଇଥିଲେ ମଧ୍ୟ କ୍ୟାଚ୍‌ ଧରିପାରି ନଥିଲେ। ଏତିକି ବେଳେ ବଲ୍‌ଟି ତାଙ୍କ ବୁଢ଼ା ଅଙ୍ଗୁଳରେ ମାଡ଼ ହୋଇଥିଲେ। ଘଟଣା ପରେ ସେ ତୁରନ୍ତ ନିଜର ଚିକିତ୍ସା ପାଇଁ ଡ୍ରେସିଂ ରୁମକୁ ଯାଇଥିଲେ। ସେଠାରୁ ସ୍କାନ ପାଇଁ ତାଙ୍କୁ ହସ୍ପିଟାଲ ଯିବାକୁ ପଡ଼ିଥିଲେ। ଦ୍ୱିତୀୟ ଓଭର ପରଠାରୁ ରୋହିତ ଆଉ ମୈଦାନକୁ ଫେରି ନାହାନ୍ତି। ତାଙ୍କ ଅନୁପସ୍ଥିତିରେ ରଜତ ପଟିଦIର ଫିଲଡିଂ କରିଥିଲେ I

Launching Ceremony of “AYUSHMAN BHARAT

Comments are closed.