୨୭ ନେତାଙ୍କୁ ଦଳରୁ ବିଦା କଲା ଆର୍‌ଜେଡି

0

ପାଟନା: ବିହାର ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଚାର କାର୍ଯ୍ୟକ୍ରମ ମଧ୍ୟ ଜୋରଦାର ଚାଲିଛି। ତେବେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର ଅଭିଯୋଗରେ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ୨୭ ଜଣ ନେତାଙ୍କୁ ବିଦା କରିଛି। ଏମାନଙ୍କ ମଧ୍ୟରେ ବହୁ ବିଧାୟକ ଓ ପୂର୍ବତନ ବିଧାୟକ ଅଛନ୍ତି। ଦଳୀୟ ଅନୁଶାସନ ବଜାୟ ରଖିବାକୁ ଆର୍‌ଜେଡି ଏହି ପଦକ୍ଷେପ ନେଇଛି। ସୋମବାର ଦଳ ପକ୍ଷରୁ ଏହି ନେତାମାନଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରାଯାଇଥିବା ଘୋଷଣା କରାଯାଇଛି। ଏହାପୂର୍ବରୁ ବିଜେପି ଓ ଜେଡିୟୁ ମଧ୍ୟ ଦଳ ବିରୋଧୀ‌ କାର୍ଯ୍ୟ ଯୋଗୁଁ ସେମାନଙ୍କ ଦଳର ନେତାଙ୍କୁ ବିତାଡ଼ିତ କରିଥିଲେ। ଆର୍‌ଜେଡିର ସ୍ବୀକୃତି ମିଳିଥିବା ପ୍ରାର୍ଥୀଙ୍କ ବିରୋଧରେ ନିଲମ୍ବିତ ନେତା ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା। କିଛି ନେତା ସ୍ବାଧୀନ ଭାବେ ନିର୍ବାଚନ ଲଢ଼ୁଥିବା ଅଭିଯୋଗ ହୋଇଥିଲା। ନିଲମ୍ବିତ ନେତାଙ୍କ ମଧ୍ୟରେ ପରସା ବିଧାୟକ ଛୋଟେ ଲାଲ ରାୟ, କଟିହାରର ପୂର୍ବତନ ବିଧାୟକ ରାମପ୍ରକାଶ ମହତୋ, ମୁଜାଫରପୁରରର ପୂର୍ବତନ ବିଧାୟକ ଅନିଲ ସାହାନୀ ପ୍ରମୁଖ ଅଛନ୍ତି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.