ଭୁବନେଶ୍ୱର : ନୂଆଦିଲ୍ଲୀ ଗସ୍ତ ସାରି ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସାଂସଦ ଓ କେନ୍ଦ୍ରୀୟ ନେତୃତ୍ଵମାନଙ୍କ ସହ ଆଲୋଚନା ହୋଇଛି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କିମ୍ବା ନିଗମ, ବୋର୍ଡ ନେଇ କୌଣସି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି ମନମୋହନ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ । ଆଲୋଚନା ହେଲେ ଖୁବଶୀଘ୍ର ଜଣାଇଦିଆଯିବ ବୋଲି କହିଛନ୍ତି ମନମୋହନ ।
ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ମତଦାନରୁ ବିରତ ରହିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ତାହା ବିଜେଡିର ଦଳୀୟ ନିଷ୍ପତ୍ତି । ବିଜେପି ନିଜ ରାସ୍ତାରେ ଅଛି ।
ଅନ୍ୟପଟେ ଆଜି ଅପରାହ୍ନରେ ବସିବ ଗୁରୁତ୍ତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଅପରାହ୍ଣ ୫ଟାରେ ଲୋକସଭା ଭବନ ସମ୍ମିଳନୀ କକ୍ଷରେ ବୈଠକ ହେବ। ବୈଠକରେ ବିଭିନ୍ନ ବିଭାଗର ୫ରୁ ଅଧିକ ପ୍ରସ୍ତାବ ଆସିପାରେ। ମୁଖ୍ୟତଃ ରାଜସ୍ବ, ପୂର୍ତ୍ତ, ଜଳସଂପଦ ବିଭାଗର ପ୍ରସ୍ତାବ ରହିଥିବା ସୂଚନା ମିଳିଛି ।

Comments are closed.