ହଲିଉଡ୍‌ ପାଇଁ ରିଚାଙ୍କ ପ୍ରସ୍ତୁତି

ମୁମ୍ବାଇ: ଗ୍ଲାମର ଓ ଷ୍ଟାଇଲିସ୍‌ ଦେଖାଯାଉଥିବା ରିଚା ଚଡା ନିଜ ନିଖୁଣ ଅଭିନୟ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ବହୁତ କମ୍‌ ସମୟରେ ବଲିଉଡ୍‌ରେ ଜଣେ ସଫଳ ଅଭିନେତ୍ରୀ ଭାବେ ନିଜ ପରିଚୟ ତିଆରି କରିବାରେ ସକ୍ଷମ ହୋଇଛନ୍ତି । ସେ ଫିଲ୍ମରେ ଭିନ୍ନ ଭିନ୍ନ ପ୍ରକାରର ରୋଲ୍‌ କରିଛନ୍ତି ଏବଂ ପ୍ରତିଟି ଚରିତ୍ର ବେଶ୍‌ ପ୍ରଶଂସନୀୟ ହୋଇପାରିଛି । ବଲିଉଡ୍‌ରେ ନାଁ କମାଇବା ପରେ ଅଭିନେତ୍ରୀ ଋଚା ଏବେ ହଲିଉଡ୍‌ ମୁହାଁ ହୋଇଛନ୍ତି ।

ହଲିଉଡ୍‌ ପାଇଁ ରିଚାଙ୍କ ପ୍ରସ୍ତୁତି
ଖବର ଅନୁଯାୟୀ ରିଚାଙ୍କୁ ଏକ ଅନ୍ତର୍ଜାତୀୟ ଫିଲ୍ମ ପାଇଁ ଆପ୍ରୋଚ କରାଯାଇଛି । ଏଥିରେ ସେ ଭାରତୀୟ ବଂଶୋଦ୍ଭବର ଏକ ରାଜକୀୟ ଘୋଡ଼ାଶାଳର ମାଲିକାଣୀ ଭୂମିକାରେ ଅଭିନୟ କରୁଥିବା ନଜର ଆସିବେ । ହଲିଉଡ୍‌ରେ ତାଙ୍କ ପୁରୁଷବନ୍ଧୁ ତଥା ଅଭିନେତା ଅଲୀ ଫଜଲଙ୍କ ସଫଳତା ପରେ ରିଚାଙ୍କୁ ମଧ୍ୟ ଅନ୍ତର୍ରାଷ୍ଟ୍ରୀୟ ଅଫର ମିଳିବା ଆରମ୍ଭ ହୋଇଯାଇଛି । ସୂଚନା ଅନୁଯାୟୀ ରିଚା ହଲିଉଡ୍‌ର ଏହି ପ୍ରୋଜେକଫକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି ।
ହଲିଉଡ୍‌ ପାଇଁ ରିଚାଙ୍କ ପ୍ରସ୍ତୁତି

ଘୋଡ଼ାଶାଳର ମାଲିକାଣୀର ରୋଲ୍‌ ପାଇଁ ସେ ଘୋଡ଼ା ଚଢ଼ିବାର ଟ୍ରେନିଂ ନେଉଛନ୍ତି । ତ୍ରୁଟିପୂର୍ଣ୍ଣ ଅଭିନୟ ପାଇଁ ସେ ଖୁବ ପରିଶ୍ରମ କରୁଥିîବା ଜଣାପଡ଼ିଛି । ନିକଟରେ ଘୋଡ଼ା ଚଢ଼ିବାର ୧୦ଦିନିଆ ଟ୍ରେନିଂ ଶେଷ କରିଛନ୍ତି ଏବଂ ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନିଂ ନେବା ଆରମ୍ଭ କରିବାକୁ ଯାଉଛନ୍ତି । ଏନେଇ ରିଚାଙ୍କୁ ଆକ୍ସନ ନିର୍ଦ୍ଦେଶକ ତଥା ଅଭିନେତା ଜିତୁ ବର୍ମା ପ୍ରଶିକ୍ଷଣ ଦେଉଛନ୍ତି । ଅଭିନେତ୍ରୀ ରିଚା ତାଙ୍କ ଆଗାମୀ ଫିଲ୍ମ ସୁପର ସଫଳ କମେଡି ପ୍ରାଞ୍ଚାଇଜି ‘ଫୁକ୍‌ରେ’ରେ ଭୋଲୀ ପଞ୍ଜାବୀ ରୂପରେ ପୁଣି ଥରେ ନଜର ଆସିବେ ।

ହଲିଉଡ୍‌ ପାଇଁ ରିଚାଙ୍କ ପ୍ରସ୍ତୁତି

ଫିଲ୍ମଟି ବର୍ତ୍ତମାନ ଦିଲ୍ଲୀରେ ସୁଟିଂ ଚାଲିଛି । ଏହାସହ ‘ଦ ଗ୍ରେଟ୍‌ ଇଣ୍ଡିଆନ ମର୍ଡର’ର ଦ୍ୱିତୀୟ ସିଜନ ଏବଂ ‘କ୍ୟାଣ୍ଡିଂ’ ସିଜନ ୨କୁ ନେଇ ଆଲୋଚନା ଜାରି ରହିଛି । ରିଚା ଫୁକ୍‌ରେ, ରାମଲୀଲା, ଗ୍ୟାଙ୍ଗ୍ସ ଅଫ୍‌ ୱାସେପୁର୍‌ ଏବଂ ମଶାନ ପରି ଫିଲ୍ମରେ ତାଙ୍କର ଅଭିନୟ ବେଶ୍‌ ଚମତ୍କାର ହୋଇଛି ।

Comments are closed.