ବିଗ୍‌ ବସ୍‌ ଅଫରକୁ ‘ନା’

ମୁମ୍ବାଇ: ପପୁଲାର ରିୟାଲିଟି ଶୋ ବିଗ୍‌ ବସ୍‌-୧୫ ଅକେଫାବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ସିଜିନରେ ତେଜସ୍ୱୀ ପ୍ରକାଶ, ପ୍ରତୀକ ସହଜପାଲ, ଶମିତା ସେଟ୍ଟୀ, ନିଶାନ୍ତ ଭଟ୍ଟ, ଡୋନଲ, ଉମର ରିୟାଜ, କରନ କୁନ୍ଦ୍ରା, ଈଶାନ ସହଗଲ ଏବଂ ସିମ୍ବା ନାଗପାଲ ଅଂଶଗ୍ରହଣ କରିବେ । ହେଲେ ଗତ କିଛି ଦିନ ଧରି ଖବର ସାମ୍ନାକୁ ଆସୁଥିଲା ଯେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବିଗ୍‌ ବସ୍‌ରେ ନଜର ଆସିପାରନ୍ତି । ରିୟାଙ୍କୁ ପ୍ରତି ସପ୍ତାହକୁ ୩୫ ଲକ୍ଷ ଟଙ୍କା ହିସାବରେ ମୋଟା ଅଙ୍କର ଫିସ୍‌ ଅଫର୍‌ ମଧ୍ୟ କରାଯାଇଛି । ହେଲେ ଏବେ ଏହି ଚର୍ଚ୍ଚାରେ ଉପରେ ପୂର୍ଣ୍ଣଛେଦ ପଡ଼ିଛି ।
ଏବେ ଖବର ଆସିଛି ଯେ ସଲମାନ ଖାନଙ୍କ ଏହି ଶୋରେ ସାମିଲ ହେବେ ନାହିଁ । ଶୋର ନିର୍ମାତା ବିଗ୍‌ ବସ୍‌-୧୫ରେ ରିୟାଙ୍କୁ ନେବା ପାଇଁ ବହୁ ପ୍ରୟାସ କରିଥିଲେ । ହେଲେ ସେ ସମସ୍ତ ଅଫରକୁ ରିୟା ଗ୍ରହଣ କରିନାହାନ୍ତି । ରିପୋର୍ଟ ଅନୁଯାୟୀ, ବହୁ ବିବାଦ ପରେ ରିୟା ପୁଣି ଥରେ କାମ କରିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ସେ ବଲିଉଡ୍‌ ବ୍ୟତୀତ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମର ସନ୍ଧାନ କରୁଛନ୍ତି । ଫିଲ୍ମରେ କାମ ପାଇଁ ସେ ପ୍ରଯୋଜକଙ୍କ ସହ ଲଗାତାର ସାକ୍ଷାତ କରିବାରେ ଲାଗିଛନ୍ତି । ଫିଲ୍ମରେ ଅଭିନୟ କରିବାକୁ ଚାହୁଁଛନ୍ତି କିନ୍ତୁ ବିଗ୍‌ ବସ୍‌ରେ ସାମିଲ ହେବାକୁ ଚାହୁଁନାହାନ୍ତି ବୋଲି ରିୟା କହିଛନ୍ତି ।

Comments are closed.