ସୀମା ଚିହ୍ନଟ ପାଇଁ ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଲେ ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗ ସରକାରଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ମନ୍ତ୍ରୀଙ୍କ କଡା ଚେତାବନୀ। ବାରମ୍ବାର ଓଡିଶାକୁ ହଇରାଣ କରୁଥିବାରୁ ପଶ୍ଚିମବଙ୍ଗ ସରକାରଙ୍କୁ ଅସଭ୍ୟ କହିବାକୁ ପଛାଇ ନାହାନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ।

ବର୍ଷବର୍ଷ ଧରି ଓଡ଼ିଶାକୁ ଆଳୁ ବନ୍ଦ କରି ସମସ୍ୟା ସୃଷ୍ଟି କରୁଛି ପଡ଼ୋଶୀ । ବାରମ୍ବାର ଓଡ଼ିଶା ସରକାରଙ୍କ ପରାମର୍ଶ ପରେ ବି ଦିଦି ମନମାନି ବନ୍ଦ କରୁନାହାନ୍ତି । କେତେବେଳେ ଓଡ଼ିଶାକୁ ଆଳୁ ବନ୍ଦ କରିଦେଉଛନ୍ତି ତ ଆଉ କେତେବେଳେ ପଡୋଶୀରୁ ବେଆଇନ ବାଲି ଉଠାଉଛି । ପୁଣି କେତେବେଳେ ଓଡ଼ିଶାରେ ବାର୍ଡ ଫ୍ଲୁ ହେଉଥିବା କାରଣରୁ ଆନ୍ଧ୍ର ଅଣ୍ଡା ଓ କୁକୁଡ଼ା ଗାଡ଼ିକୁ ବଙ୍ଗରେ ପୂରାଉନି । ହେଲେ ଏବେ ଦିଦିଙ୍କ ରାଜସ୍ବ ମନ୍ତ୍ରୀ ବେଆଇନ ପ୍ରବେଶ କରିବା ପରେ ଚର୍ଚ୍ଚା ଜୋର ଧରିଛି । ଓଡ଼ିଶାରେ ଅନୁପ୍ରବେଶ କରିବା ପରେ ପଶ୍ଚିମବଙ୍ଗ ସରକାରଙ୍କୁ ରାଜସ୍ବ ମନ୍ତ୍ରୀ ନାଲି ଆଖି ଦେଖାଇଛନ୍ତି । ସୀମାରେ ଅନୁପ୍ରବେଶ କରିଥିବାରୁ ପଶ୍ଚିମବଙ୍ଗ ସରକାରଙ୍କୁ ମନ୍ତ୍ରୀ କଡା ଚେତାବନୀ ଦେଇ କହିଛନ୍ତି, ପଶ୍ଚିମବଙ୍ଗ ଅସଭ୍ୟ ସରକାର । ଆବଶ୍ୟକ ପଡିଲେ ପଶ୍ଚିମବଙ୍ଗକୁ ପାଠପଢାଇ ରାସ୍ତା ଦେଖାଇବ ଓଡ଼ିଶା ।

ରାଜ୍ୟରେ ସୀମାକୁ ନେଇ ଛତିଶଗଡ଼, ଝାରଖଣ୍ଡ ଏବଂ ପଶ୍ଚିମ ବଙ୍ଗ ସହିତ ଅଛି। ମୁଁ ଜିଲ୍ଲା ଗସ୍ତ କରି ଅଧିକାରୀଙ୍କ ସହ ଆଲୋଚନ କରିଛି। ଛତିଶଗଡ଼ ଏବଂ ଝାରଖଣ୍ଡ ସହ ବିଶେଷ ସମସ୍ୟା ନାହିଁ। କିନ୍ତୁ ଆଶ୍ଚର୍ଯ୍ୟ ଓଡିଶା ଗଠନରୁ ଆଜି ଯାଏଁ ବାଲେଶ୍ଵରରେ ସୀମା ଚିହ୍ନଟ ହୋଇନାହିଁ। ଆଲୋଚନା ଆରମ୍ଭ ହେଲାଣି। ପଶ୍ଚିମବଙ୍ଗ ରାଜସ୍ବ ଅଧିକାରୀ ସହ ଓଡ଼ିଶାର ରାଜସ୍ବ ଅଧିକାରୀ ଫିଲଡ ଭିଜିଟ କରି ସୀମା ଚିହ୍ନଟ ହେବ।

ବାଲେଶ୍ବର ଉଦୟପୁର ଏବଂ ସହାବାଜିପୁରରେ ପଶ୍ଚିମବଙ୍ଗ ସରକାରର ରାଜସ୍ୱ ମନ୍ତ୍ରୀ ଅନୁପ୍ରବେଶ କରିଛନ୍ତି । ଏହା ଜାଣିବା ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟର ସୀମା ଛତିଶଗଡ଼, ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗ ସହିତ ଅଛି।  ଆଲୋଚନା ମାଧ୍ୟମରେ ସୀମା ଚିହ୍ନଟ ହେବାର କଥା । ଏହା ଆରମ୍ଭ ବି ହେଲାଣି । ସେମାନେ ମନଇଚ୍ଛା ଖୁଣ୍ଟ ପୋତିଲେ ଲୋକେ ଉପାଡ଼ି ଦେବେ । ଏ ସରକାର ବିନା ବିବାଦରେ ସୀମା ଚିହ୍ନଟ ସମସ୍ୟାର ସମାଧାନ କରିବ।

Launching Ceremony of “AYUSHMAN BHARAT

Comments are closed.