ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପୁଅକୁ ହତ୍ୟା କଲା ସାଙ୍ଗ

0

ଦେଓଗାଁ : ବନ୍ଧୁ ସାଜିଲା ବଇରି। ଭୋଜି କରିବାକୁ ଯାଇ ନିଶାସକ୍ତ ଅବସ୍ଥାରେ ସାଙ୍ଗକୁ ହତ୍ୟାକଲା ସାଙ୍ଗ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଲା ଗାଁରେ । ମୃତକ ହେଲେ ଅବସରପ୍ରାପ୍ତ ପୁଲିସ୍‌ କର୍ମଚାରୀ ମୀନକେତନ ଭୋଇଙ୍କ ପୁଅ ସୁଜିତ୍ ଭୋଇ। ସୁଜିତ୍ କୁ ହତ୍ୟା କରି ସାଙ୍ଗମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ।

ସୂଚନା ଅନୁଯାୟୀ ଗତ ଶନିବାର ଦିନ ୪ ଜଣ ସାଙ୍ଗ ଏକାଠି ହୋଇ ଅନ୍ତର୍ଲା ନିକଟସ୍ଥ ଏକ ସ୍ଥାନକୁ ଭୋଜି କରିବାକୁ ଯାଇଥିଲେ। ହେଲେ ସେଠାରେ କୌଣସି କଥାକୁ ନେଇ ସାଙ୍ଗ ମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଜଣେ ସାଙ୍ଗ ନିଶାସକ୍ତ ଅବସ୍ଥାରେ ସୁଜିତଙ୍କୁ ଏକ ଭଙ୍ଗ। ମଦ ବୋତଲରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିବାରୁ ଅନ୍ୟମାନେ ସେଠାରୁ ଫେରାର ହୋଇଯାଇ ଥିଲେ । ଖବର ପାଇ ପୁଲିସ୍‌ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ କିଛି ସାମଗ୍ରୀ ଜବତ କରିବା ସହ ଘଟଣାରେ ୪ ଜଣ ଯୁବକଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.