ଅନଲାଇନ ଗେମିଂ ଓ ଜୁଆ ଉପରେ ଲାଗିଲା ପ୍ରତିବନ୍ଧକ

0

ନୂଆଦିଲ୍ଲୀ : ଅନଲାଇନ ଗେମିଂ ଉପରେ ପ୍ରତିବନ୍ଧକ ଲଗାଇଲେ ମୋଦି ସରକାର । ସାଇବର ଠକେଇକୁ ରୋକିବା ଅଗଷ୍ଟ ୨୦ ରେ ସଂସଦରେ ପାସ ଅନଲାଇନ ଗେମିଂ ବିଲ – ୨୦୨୫ । ଅନଲାଇନ୍ ଗେମିଂ ବିଲ୍ କୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ । ଅନଲାଇନ ଜୁଆ ଉପରେ କଟକଣା ଲଗାଇବା ପାଇଁ ଆସିବ ଏହି ବିଲ୍ । ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମେସନ ମିନିଷ୍ଟ୍ରି ପକ୍ଷରୁ ଏହି ବିଲ ଆଗତ କରାଯାଇଛି । ବିଲ୍‌କୁ ଉପସ୍ଥାପନ କରିଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବେଟିଂ ସହ ଜଡିତ ଅନଲାଇନ୍‌ ଟଙ୍କା ଖେଳକୁ ନିଷିଦ୍ଧ କରିବାକୁ ଏହାର ଲକ୍ଷ୍ୟ ରଖାଯାଇଛି। ତେବେ ଆଜି ବିଲ୍‌ ପାସ୍‌ ବେଳେ ବିରୋଧୀମାନେ ହଙ୍ଗାମା କରିଥିବା ଦେଖାଯାଇଥିଲା । ଗୋଟିଏ ଦିନ ପୂର୍ବରୁ କ୍ୟାବିନେଟ ଦ୍ୱାରା ଅନୁମୋଦିତ ଏହି ବିଲ୍ ସଂସଦରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଆଗତ କରାଯାଇଥିଲା। ଏନେଇ ବର୍ତ୍ତମାନ ରାଜ୍ୟସଭାରେ ବିତର୍କ ହେବାକୁ ଯାଉଛି, ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଏହା ଆଇନରେ ପରିଣତ ହେବ ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ଅନଲାଇନ୍ ଗେମିଂ ପ୍ରୋତ୍ସାହନ ଏବଂ ନିୟନ୍ତ୍ରଣ ବିଲ୍, ୨୦୨୫ ଆଗତ କରିଥିଲେ। ଏହି ବିଲ୍ ଇ-କ୍ରୀଡା, ଶିକ୍ଷାଗତ ଖେଳ ଏବଂ ସାମାଜିକ ଖେଳ ସମେତ ଅନଲାଇନ୍ ଗେମିଂ କ୍ଷେତ୍ରକୁ ପ୍ରୋତ୍ସାହନ ଏବଂ ନିୟନ୍ତ୍ରଣ କରିବା ପାଇଁ ଲକ୍ଷ୍ୟ ରଖିଛି। ତଥାପି, ବିରୋଧୀ ଦଳ ବିରୋଧ ଜାରି ରଖି ବିହାର ଭୋଟର ତାଲିକା ସଂଶୋଧନ ଉପରେ ଆଲୋଚନା ଦାବି କରି ବାଧା ସୃଷ୍ଟି କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ଏହି ବିଲ୍ ସମସ୍ତ ଅର୍ଥ ଲଗାଣଭିତ୍ତିକ ଅନଲାଇନ୍ ଗେମକୁ ବେଆଇନ ଘୋଷଣା କରିବ। ଏପରି ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନଗୁଡ଼ିକୁ ନିଷିଦ୍ଧ କରିବ। ଏହି ଗେମିଂ ଜୋନ ଗୁଡିକ ମଧ୍ୟରେ Dream11, Games24x7, Winzo, GamesKraft, 99Games, Khelo Fantasy, ଏବଂ My11Circle ଭଳି ଗେମ ଗୁଡିକ ଅଗ୍ରଣୀ ରହିଛି । ଭାରତର ଅନଲାଇନ୍ ଗେମିଂ ବଜାରର ମୂଲ୍ୟ ବର୍ତ୍ତମାନ $୩.୭ ବିଲିୟନ ଏବଂ ୨୦୨୯ ସୁଦ୍ଧା ଏହା ଦୁଇଗୁଣରୁ ଅଧିକ ହୋଇ $୯.୧ ବିଲିୟନ ହେବ ବୋଲି ଆକଳନ କରାଯାଇଥିଲା। ଅଲ୍ ଇଣ୍ଡିଆ ଗେମିଂ ଫେଡେରେସନ୍ (AIGF) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ପ୍ରସ୍ତାବିତ ଅନଲାଇନ୍ ଗେମିଂ ବିଲ୍ ଉପରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛି ।

Leave A Reply

Your email address will not be published.