ଭାରତରେ ଏଭଳି ଅନେକ ଘଟଣା ଘଟିଥାଏ ଯାହା ସମସ୍ତଙ୍କୁ ଚକିତ କରିଥାଏ । ସେହିଭଳି ଏକ ଘଟଣା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତିଙ୍କର ଅଜବ ରେସ୍ତୋରାଁ ବର୍ତ୍ତମାନ ସୋସିଆଲ ମିଡିଆରେ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ଅହମଦାବାଦରେ ଏକ ୫୦ ବର୍ଷର ରେସ୍ତୋରାଁ ରହିଛି ଯାହା ନିଜର ସ୍ୱତନ୍ତ୍ରତା ପାଇଁ ପରିଚିତ । ଏହି ରେସ୍ତୋରାଁଟି ଏକ କବରସ୍ତାନ ଉପରେ ନିର୍ମାଣ କରାଯାଇଛି ।
ଏଠାରେ ଲୋକଙ୍କ ଖାଇବ ଟେବୁଲ ପାଖରେ ଆଇରନ ସିଲï ଦିଆଯାଇଥିବା ବନ୍ଦ କଫିନ ରଖାଯାଇଥାଏ । ଶୁଣିବାକୁ କଥାଟି ଅଜବ ଲାଗିଲେ ମଧ୍ୟ ସତ । ହେଲେ ଲୋକଙ୍କ ମଧ୍ୟରେ ଏ ରେସ୍ତୋରାଁ ନେଇ କୌଣସି ଡର ଭାବନା ନାହିଁ । ସମସ୍ତେ ଏଠାକୁ ଯିବା ସହିତ ଏଠାରେ ଖାଇବାର ମଜା ନେଇଥାଆନ୍ତି । ରେସ୍ତୋରାଁର ନାଁ ରହିଛି ଲକି ରେସ୍ତୋରାଁ । ଏହି ରେସ୍ତୋରାଁରେ ଖାଦ୍ୟ ଖାଇବାପାଇଁ ପ୍ରସିଦ୍ଧ ଚିତ୍ରକର ଏମ୍ ଏଫ୍ ହୁସେନ ମଧ୍ୟ ଆସିଥିଲେ ।
ଏହି ଘଟଣାର ସ୍ମୃତି ହିସାବରେ ରେସ୍ତୋରାଁରେ ତାଙ୍କର ଏକ ଚିତ୍ର ମଧ୍ୟ ଟଙ୍ଗା ଯାଇଛି । ଏହାକୁ ନିର୍ମାଣ କରିଥିବା ବ୍ୟକ୍ତିଙ୍କ ହିସାବରେ ସେହି ସ୍ଥାନଟି ତାଙ୍କ ପାଇଁ ବେଶ ଲକି, ତେଣୁ ସେ ସେହି ସ୍ଥାନରେ ଥିବା କଫିନ କଡରେ ଡାଇନିଂ ଟେବୁଲ ପକାଇ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଅନେକ ଲୋକ ରେସ୍ତୋରାଁର ଏହି ନିଆରା ଗୁଣ ପାଇଁ ଏଠାକୁ ଆସିଥାଆନ୍ତି । ରେସ୍ତୋରାଁ ଭିତରେ ୧୨ଟି କଫିନ ରହିଛି । ତେବେ ଏହି କଫିନକୁ ସର୍ବଦା ଫୁଲ ଦ୍ୱାରା ଡେକୋରେଟ କରାଯାଇଥାଏ ।

Comments are closed.