ଭୁବନେଶ୍ୱର : ବର୍ତମାନ ତତଲା ତାୱାରେ ଭାଜି ହେଉଛି ଓଡିଶା I ଅସହ୍ୟ ଗରମ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଥିବାବେଳେ ଦାଉ ସାଧୁଛି ବିଜୁଳି କାଟ ସମସ୍ୟା I
ଏନେଇ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଉକ୍ତ ବୈଠକରେ ବିଜୁଳି କାଟ ସମସ୍ୟାକୁ ଦୂର କରିବା ପାଇଁ ତତକାଳ ପଦକ୍ଷେପ ନେବା ପାଇଁ ଶକ୍ତି ବିଭାଗ ଓ ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ନିର୍ଦ୍ଦେଶକ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ବିଶେଷ କରି କାଳବୈଶାଖୀ ପରେ ପୁନରୁଦ୍ଧାର କାର୍ଯ୍ୟ କିପରି ଶୀଘ୍ର ହୋଇ ପାରିବ ଏବଂ ଯେଉଁଠି ବିଦ୍ୟୁତ ସମସ୍ୟା ହେଉଛି ତାକୁ ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।
ସେହିପରି ସବ ଷ୍ଟେସନ ଓ ଷ୍ଟେସନ ସହ ଯୋଗାଯୋଗ କରି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ସୋସିଆଲ ମିଡିଆରେ ଆସୁଥିବା ଅଭିଯୋଗକୁ ଗୁରୁତର ସହ ନେଇ ଯଥା ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ କଲ ଆସିଲେ ଆଟେଣ୍ଡ କରିବାକୁ ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି।
ତେବେ ବିଜୁଳି କାଟ ସମସ୍ୟାକୁ ନମାନି ପରୋକ୍ଷରେ ଟାଟା ପାୱାରକୁ ଘଣ୍ଟ ଘୋଡାଉଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ I ସାଧାରଣ ଲୋକ ଗରମରେ ଛଟପଟ ହେଉଥିବାବେଳେ ମନ୍ତ୍ରୀ ତାଙ୍କ ସପକ୍ଷରେ ନଯାଇ ଟାଟା କମ୍ପାନୀ ସପକ୍ଷରେ ଯାଉଛନ୍ତି। ସେ ବିଜୁଳି କାଟ ପ୍ରସଙ୍ଗକୁ ଏଡାଇ ଯାଇ ବାରମ୍ବାର ଭିତ୍ତିଭୂମିର ଅଭାବ ବୋଲି ଖାମଖିଆଲି ଢଙ୍ଗରେ ମନ୍ତବ୍ୟ ଦେଇଆସୁଛନ୍ତି I ଲୋକଙ୍କ ଅବସ୍ଥାକୁ ଦେଖି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ ମାଧ୍ୟମରେ ବିଜୁଳି ବିଭାଗକୁ ସମାଲୋଚନା କରିଥିଲେ I

Comments are closed.