କୁଢ଼ କୁଢ଼ ଅଳିଆ ଆବର୍ଜନାରେ ଗାଙ୍ଗୋତ୍ରୀ ନଗରବାସୀ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣwରେ କୁଢ଼ କୁଢ଼ ଅଳିଆ ଓ ଆବର୍ଜନା । ଗନ୍ଧରେ ଫାଟିଯାଉଛି ନାକ । ପଚା ଓ ସଢ଼ା ଆବର୍ଜନାରେ ମଶା ମାଛିମାନେ କରୁଛନ୍ତି ଘର । ଫଳରେ ଡେଙ୍ଗୁ, ମ୍ୟାଲେରିଆ, ହଇଜା ଇତ୍ୟାଦି ମହାମାରୀ ରୋଗ ବ୍ୟାପିବାରେ ଆଶଙ୍କା ସୃଷ୍ଟି ହୋଇଛି । ଲିଙ୍ଗିପୁର ପଞ୍ଚାୟତର ଗାଙ୍ଗୋତ୍ରୀ ନଗର ରୋଡ-୩ରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି । ଅଳିଆ ଆବର୍ଜନା ରାସ୍ତା କଡରେ ପଡି ରହୁଛି । କୁଢ଼ କୁଢ଼ ଅଳିଆ ଆବର୍ଜନା ନାହିଁ ନଥିବା ଦୁର୍ଗନ୍ଧରେ ଅଞ୍ଚଳବାସୀ ହେଉଛନ୍ତି ଅଣନିଶ୍ୱାସ । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ବିଡମ୍ବନାର ବିଷୟ, ସ୍ଥାନୀୟ ଅଞ୍ଚଳରେ ଡଷ୍ଟବିନ୍‌ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ପଞ୍ଚାୟତ ମୁଖ୍ୟ ଏହି ୱାର୍ଡ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି ।

ଅତୀତରେ ଦିବଙ୍ଗତ ୱାର୍ଡ ମେମ୍ବର ଇଂ ଶେଫାଳୀ ମହାନ୍ତି କ୍ରମାଗତ ଭାବେ ଡଷ୍ଟବିନ ବସାଇବା ପାଇଁ ଦାବି କରିଥିଲେ । ଗାଙ୍ଗୋତ୍ରୀ ନଗର ରୋଡ -୩ରେ ୩ଟା, ନାଲକୋ କଲୋନୀରେ ୨ଟା, ଏବଂ ଗାଙ୍ଗୋତ୍ରୀ ନଗର ୧, ୨ ରେ ୨ଟା ଲେଖାଏଁ ପଞ୍ଚାୟତର ମୁଖ୍ୟଙ୍କୁ ଲିଖିତ ପ୍ରସ୍ତାବ ଦେଇଥିଲେ । ଏହା ଭିତରେ ପଞ୍ଚାୟତ ଗଠନର ୮ ମାସ ହେବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କର୍ଣ୍ଣପାତ କରୁନାହାଁନ୍ତି । ବହୁ ବରିଷ୍ଠ ନାଗରିକ, କୁନି ପିଲା, ଏହି ଅଞ୍ଚଳରେ ରହିଥିବାବେଳେ ଅଳିଆ, ଆବର୍ଜନା ଦ୍ୱାରା ରାସ୍ତାରେ ଗମନାଗମନ କରିବା ମଧ୍ୟ ମୁସ୍‌କିଲ୍‌ ହୋଇପଡିଛି । ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ଯେ, ଡଷ୍ଟବିନ ବସାଇବା ପାଇଁ ଲିଙ୍ଗିପୁର ପଞ୍ଚାୟତରେ ପଞ୍ଚାୟତର ମୁଖ୍ୟ ନିଜେ ଦାୟତ୍ୱ ନେଇଥିବା ବେଳେ କେବଳ ଇନ୍ଦ୍ରା କଲୋନୀରେ ଦୁଇଟି ଡଷ୍ଟବିନ୍‌ ବସେଇ ଚୁପଚାପ୍‌ ବସି ପଡିଛନ୍ତି ।

ରାଜ୍ୟ ସରକାର ସ୍ୱଚ୍ଛତାକୁ ନେଇ ବହୁ କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ବାସ୍ତବରେ ଏହା ଏକ ଧୁଆଁବାଣ ବୋଲି ପ୍ରଚାର ହେଉଛି । ଡଷ୍ଟବିନ୍‌ର କାର୍ଯ୍ୟ ନିଜେ ସରପଞ୍ଚ ବୁଲିକି ଦେଖଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିବା ଜଣାପଡିଛି । ଏହି ନିକଟରେ ସ୍ୱଚ୍ଛତା ଅଭିଯାନରେ ନିଜ ୱାର୍ଡ ସଭ୍ୟମାନଙ୍କୁ ଧରି ତାଙ୍କ ନିଜ ଅଞ୍ଚଳ ଲିଙ୍ଗିପୁର ଏବଂ ନାଥପୁରରେ ଲୋକ ଦେଖାଣିଆକୁ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଥିଲେ । କି;ୁ ଏକ ନିର୍ଦ୍ଦିଷ୍ଟ ୱାର୍ଡ ସଭ୍ୟ ତାଙ୍କ ୱାର୍ଡକୁ ସଫା ନକରି ସରପଞ୍ଚ ପଳାଇଥିବାରୁ ଉଭୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଥିଲା । ଗାଙ୍ଗୋତ୍ରୀ ନଗରରେ ୧୦ଟି ଡଷ୍ଟବିନ୍‌ ଏବଂ ସଫାସୁତୁରା ରଖିବା ପାଇଁ ଏବଂ ମଶାଗାଡି ପ୍ରତ୍ୟେକ ଦିନ ଅଞ୍ଚଳରେ ବୁଲିବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବୀ ହୋଇଛି ଏବଂ ସ୍ଥାନୀୟ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

Comments are closed.