ରେପୋ ରେଟ ବୃଦ୍ଧି କଲା ରିଜର୍ଭ ବ୍ୟାଙ୍କ ,ବଢିବ ଇଏମଆଇ

ପୂଜା ପୂର୍ବରୁ ‘ରେପୋ’ ବୃଦ୍ଧି କଲା ରିଜର୍ଭ ବ୍ୟାଙ୍କ I ପୁଣି ବଢିବ ଗାଡି ଓ ଗୃହରୁଣ ଇଏମଆଇ I ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମନିଟରୀ ପଲିସି କମିଟି(ଏମ୍‌ପିସି)ର ବୈଠକ ଆଜି ଶେଷ ହୋଇଯାଇଛି। ଆରବିଆଇ ଗର୍ଭନର ଶକ୍ତିକାନ୍ତ ଦାସ ବୈଠକରେ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହା ସହିତ ରେପୋ ରେଟ୍‌ରେ ବୃଦ୍ଧି ନେଇ ଘୋଷଣା କରିଛନ୍ତି। ଶକ୍ତିକାନ୍ତ ଦାସ ରେପୋ ରେଟ୍‌ରେ ୫୦ ବେସିସ୍‌ ପଏଣ୍ଟ ବଢାଇବାର ଘୋଷଣା କରିଛନ୍ତି। ଏଭଳି ଭାବରେ ରେପୋ ରେଟ୍‌ରେ ୦.୫୦ ପ୍ରତିଶତ ବୃଦ୍ଧି ହୋଇଛି। ବଢୁଥିବା ମୁଦ୍ରାସ୍ଫୀତିକୁ ରୋକିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଲଗାତାର ରେପୋ ରେଟ୍‌ ବୃଦ୍ଧି କରୁଛନ୍ତି। ଗତ ମାସ ୫ ଅଗ​‌ଷ୍ଟରେ ମଧ୍ୟ ଆରବିଆଇ ରେପୋ ରେଟ୍‌ରେ ୦.୫୦ ପ୍ରତିଶତ ବୃଦ୍ଧି କରିଥିଲେ। ଚଳିତ ଵର୍ଷ ମାର୍ଚ୍ଚ ମାସରୁ ଲଗାତାର ୪ର୍ଥ ଥର ପାଇଁ ରେପୋ ବୃଦ୍ଧି କରାଯାଇଛି I

ବୁଧବାର ସେପ୍ଟେମ୍ୱର ୨୮ ତାରିଖରୁ ଆରବିଆଇର ୬ ଜଣିଆ ସଦସ୍ୟ ବିଶିଷ୍ଟ ତିନି ଦିନିଆ ମୁଦ୍ରା ନୀତି କମିଟି ବୈଠକ ଆରମ୍ଭ ହୋଇଥିଲା । ତେବେ ଆଜି ଆରବିଆଇର ମନିଟାରି ପଲିସୀ କମିଟି (ଏମପିସି) ବୈଠକ ଶେଷ ହୋଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଗଭର୍ଣ୍ଣର ଶ୍ରୀ ଦାସ ସୂଚନା ଦେଇଛନ୍ତି । ଶ୍ରୀ ଦାସ ରେପୋ ରେଟରେ ୦.୫୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି । ମହଙ୍ଗା ମାଡ଼ରୁ ରକ୍ଷା ପାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏହି ପଦକ୍ଷେପ ନେଇଥିବା ସେ କହିଥିଲେ ।

ମେ ମାସରୁ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ମୋଟ ୧ .୯୦ ପ୍ରତିଶତ ବୃଦ୍ଧି କରିଛି। କେନ୍ଦ୍ରୀୟ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୨-୨୩(FY23) ପାଇଁ ନିଜର ସଫଳ ଘରୋଇ ଉତ୍ପାଦ(ଜିଡିପି) ଗ୍ରୋଥ୍‌ର ଅନୁମାନକୁ ମଧ୍ୟ ୭.୨ ପ୍ରତିଶତରୁ ହ୍ରାସ କରି ୭ ପ୍ରତିଶତ କରିଦେଇଥିଲେ। ଶକ୍ତିକାନ୍ତି ଦାସ କହିଛନ୍ତି, ଆଜି ମୁଦ୍ରାସ୍ଫୀତି ପ୍ରାୟ ୭ ପ୍ରତିଶତ ଆଖପାଖରେ ରହିଛି। ଆମକୁ ଆଶା ରହିଛି ବର୍ଷର ଦ୍ବିତୀୟ ତ୍ରୟମାସିକରେ ଏହା ୬ ପ୍ରତିଶତରେ ରହିବ।

Govt

Comments are closed.