ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ୨୨ ଜଣଙ୍କୁ ପୋଲିସ ସମ୍ମାନ ପଦକ

ଭୁବନେଶ୍ୱର : ଜାନୁଆରୀ ୨୫: ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ୨୨ ଜଣ ପୋଲିସଙ୍କୁ ସମ୍ମାନ ପୋଲିସ ପଦକ ମିଳିବ । ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ତିନୋଟି ବର୍ଗରେ ୯୩୯ ଜଣଙ୍କୁ ପୋଲିସ ପଦକ ଲାଗି ମନୋନୀତ କରିଛି । ଏନେଇ ଆଜି ମନ୍ତ୍ରାଳୟ ପକ୍ଷରୁ ଟୁଇଟରରେ ଘୋଷଣା କରାଯାଇଛି ।

ପ୍ରତିଷ୍ଠିତ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ, ୯ ଜଣଙ୍କୁ ସାହାସିକତା ମେଡାଲ ଏବଂ ୧୧ ଜଣ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ପଦକ ପ୍ରଦାନ କରାଯିବ ।
* ପ୍ରତିଷ୍ଠିତ ସେବା ପାଇଁ ରାଷ୍ଟ୍ରପତି ପଦକ ପାଇଁ ମନୋନୀତ ହୋଇଥିବା ପୋଲିସ ଅଧିକାରୀ ହେଲେ-ଭୁବନେଶ୍ୱରର ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ ଏବଂ କନେଷ୍ଟବଲ ପ୍ରଦୀପ କୁମାର ମହାନ୍ତି ।

* ସାହାସିକତା ସକାଶେ ସମ୍ମାନ ପୋଲିସ ପଦକ ପାଇଁ ମନୋନୀତ ହୋଇଥିବା ପୋଲିସ- ଓଏପିଏଫ୍‌ର ସ୍ୱର୍ଗତ ଜୟରାମ କାବାସୀ, ଏସ୍‌ପି ରିଷିକେଶ ଧ୍ୟାନଦେଓ ଖିଲାରୀ, ଓଏପିଏଫ୍‌ର ରାମୁ ଦୁରୁଆ, କନେଷ୍ଟବଲ ବନ୍ଧୁ ହନ୍ତାଲ, କନେଷ୍ଟବଲ ଘିନୁ ହାନ୍ତାଲ, ହାବିଲଦାର ପ୍ରବୀଣ ଥାପା, ହାବିଲଦାର ରାଜେଶ ବିଶ୍ୱକର୍ମା, କନେଷ୍ଟବଲ ବିଜୟ ସାହୀ ଏବଂ କନେଷ୍ଟବଲ ଔଷଧିନାଥ ବେହେରା ।

* ଉଲ୍ଲେଖନୀୟ ସେବା ପାଇଁ ମନୋନୀତ ହୋଇଥିବା ଅଧିକାରୀ- ଭିଜିଲାନ୍ସ ନିର୍ଦ୍ଦେଶାଳୟର ଆଇଜି ସଂଜୟ କୁମାର କେଶଳ, ଡିଏସପି (ଡିଆଇବି) କମଲ ଲୋଚନ ଭୂୟାଁ, ଭିଜିଲାନ୍ସ ଡିଏସପି ସୁଜାତା ଖାଣ୍ଡୱାଲ, ସ୍ପେସାଲ ବ୍ରାଞ୍ଚ ଡିଏସପି ରଘୁନାଥ ପ୍ରସାଦ ନାୟକ, ଭୁବନେଶ୍ୱର ଏସିପି ଅରୁଣ କୁମାର ସ୍ୱାଇଁ, ଡ୍ରାଇଭର ହାବିଲଦାର ସେଖ୍‌ ଅତାଉଲ୍ଲା, ଏଏସ୍‌ଆଇ କୃତିବାସ ପଣ୍ଡା, ଏସଆଇ ମଧୂସୁଦନ ବେହେରା, ଡେପୁଟି କମାଣ୍ଡାଣ୍ଟ ଏସଓଜି ପୱଲ ଦୟାଲ ବା, ଡିଏସପି ଅଜୟ କୁମାର ମିଶ୍ର ଏବଂ କନେଷ୍ଟବଲ ମେଲି ମୋହନ ।

Launching Ceremony of “AYUSHMAN BHARAT

Comments are closed.