ମୁମ୍ବାଇ : ରେପୋ ରେଟ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ । ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ନିଷ୍ପତି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ)ର ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକର ପରିଣାମ ଆସିଛି । ଏଥର ରେପାରେଟ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅର୍ଥାତ ରେପୋ ଅପରିବର୍ତ୍ତିତ ରହିଛି । ୫.୫ ପ୍ରତିଶତରେ ସ୍ଥିର ରହିଛି ସୁଧହାର । ଋଣ ଓ ଇଏମ୍ଆଇ ଶସ୍ତା ହେବନାହିଁ ।
ସୁଧ ହାର ନିର୍ଦ୍ଧାରଣ କରୁଥିବା ଆରବିଆଇର ୬ ଜଣିଆ ପ୍ୟାନେଲ, ସର୍ବସମ୍ମତିରେ ରେଟ୍ ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ଜୁନ ମାସରେ ଆରବିଆଇ ସମସ୍ତଙ୍କୁ ଚକିତ କରି ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ କାମାଇଥିଲା । ଏହାସହ ସିଆରଆରକୁ ଶହେ ବେସିସ ପଏଣ୍ଟ କମାଇଥିଲା ଆରବିଆଇ ।ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମଲ୍ହୋତ୍ରା ନିଷ୍ପତ୍ତି ବାବଦରେ ଘୋଷଣା କରିଛନ୍ତି ।

Comments are closed.