ବିକ୍ରି ହୋଇପାରିବ ନାହିଁ ବସୁନ୍ଧରା ଯୋଜନା ଜମି

ଭୁବନେଶ୍ୱର : ବସୁନ୍ଧରା ଯୋଜନାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ବୟାନ I ଏଣିକି ବିକ୍ରି ହୋଇପାରିବନାହିଁ ବସୁନ୍ଧରା ଯୋଜନାରେ ମିଳିଥିବା ଜମି ଇ ପୂର୍ବରୁ ୧୦ ବର୍ଷ ପରେ ଜମି ବିକ୍ରି କରିବାର ନିୟମ ଥିଲା । କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇ ପାରିବ ନାହିଁ । ଏ ନେଇ ସରକାରୀ ସ୍ତରରେ ସଂଶୋଧନ କରାଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ସୂଚନା ଦେଇଛନ୍ତି ।

ସେହିପରି ମନ୍ତ୍ରୀ କହିଛନ୍ତି ଓଡିଶା ସରକାରୀ ଜମି ସେଟଲେମେଣ୍ଟ ଆକ୍ଟ, ୧୯୬୨ ଏବଂ ନିୟମ ୧୯୮୩ର ବ୍ୟବସ୍ଥା ଅନୁଯାୟୀ ଭୂମିହୀନଙ୍କୁ ୪ ଡେସିମିଲ ଜମି ଦିଆଯିବାର ବ୍ୟବସ୍ଥା ଅଛି । ଯେଉଁମାନଙ୍କୁ ୪ ଡେସିମିଲରୁ କମ୍ ଜମି ମିଳିଛି ସେମାନଙ୍କୁ ମଧ୍ୟ ସମାନ ପରିମାଣର ଜମି ଯୋଗାଇ ଦିଆଯିବ । ହିତାଧିକାରୀ ପ୍ରଥମେ ପାଇଥିବା ପୂର୍ବ ଜମି ଫେରାଇବେ, ଏହା ପରେ ଉକ୍ତ ସ୍ଥାନରେ ସରକାର ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଜମି ଯୋଗାଇ ଦେବେ ।
କିନ୍ତୁ ଏହି ଯୋଜନା ଅଧୀନରେ ଭୂମିହୀନ ମାନେ ପାଇଥିବା ଜମିକୁ ବିକ୍ରି କରିପାରିବେ ନାହିଁ ବୋଲି ଶୁକ୍ରବାର ରାଜସ୍ବମନ୍ତ୍ରୀ ଶ୍ରୀ ପୂଜାରୀ ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ ବିଡ଼ିଏଠାରୁ ଅନୁମତି ନେଇ ଜଣେ ଜମିର କିଛି ଅଂଶ ବିକ୍ରି କରିପାରିବେ । କିନ୍ତୁ କେତେଟା ବିକ୍ରି ହୋଇଛି ତାର ଆମେ ରିପୋର୍ଟ ମାଗିଛୁ । ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିପଡି ଶ୍ରୀ ପୂଜାରୀ କହିଛନ୍ତି ଖଣ୍ଡଗିରି ସବ୍ ରେଜିଷ୍ଟ୍ରୀ ଅଫିସର ମହିଳା କିରାଣି ଲାଞ୍ଚ ନେବା ଘଟଣାରେ ତଦନ୍ତ ଚାଲିଛି । ଯେଉଁମାନେ ମନ୍ଦ ଉଦ୍ଦେଶ୍ୟ ରଖି ପାର୍ଟ ପ୍ଲଟ ପଞ୍ଜିକରଣ କରିଥିବେ ସେମାନେ ଆଶା ଠାରୁ ବି ଅଧିକ ଦଣ୍ଡ ପାଇବେ ବୋଲି ରାଜସ୍ୱ ମନ୍ତ୍ରୀ ଚେତାଇ ଦେଇଛନ୍ତି ।

Govt

Comments are closed.