ଏନକାଉଣ୍ଟରରେ କାଶ୍ମୀରର ଲୋକପ୍ରିୟ ଟିଭି ଅଭିନେତ୍ରୀ ଅମରିନ୍ ଭଟ୍ଟଙ୍କ ଦୁଇ ହତ୍ୟାକାରୀ ନିହତ । ୨୪ ଘଣ୍ଟାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଲସ୍କର ଇ ତାଇବା ସଂଗଠନର ଏହି ୨ ଆତଙ୍କବାଦୀ ଅମରିନ ଭଟ୍ଟ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ଅୱନ୍ତିପୋରାରେ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଗତ ୩ ଦିନ ମଧ୍ୟରେ ଜମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟରରେ ୧୦ ଆତଙ୍କବାଦୀ ନିପାତ ହୋଇଛନ୍ତି । ତେବେ ବୁଧବାର ଦିନ କାଶ୍ମୀର ବଡଗାମ ଜିଲ୍ଲାର ହସ୍ରୋ ଗାଁରେ ୩୫ ବର୍ଷୀୟ ଟିଭି ଅଭିନେତ୍ରୀ ଅମରିନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଗୁରୁତର ଅବସ୍ଥାରେ ଅମରିନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Comments are closed.